ବଲାଙ୍ଗୀରରେ ‘ସମାଜ’ର ଶତବାର୍ଷିକୀ ପଦଯାତ୍ରା

ବଲାଙ୍ଗୀର : ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ସମାଜ ଶହେ ବର୍ଷ ପୂରଣ କରିଛି। ଏହି ଅବସରରେ ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗୀରରେ ମଧ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ବଲାଙ୍ଗୀର ସହରର ବିଭିନ୍ନ ସାମାଜିକ, ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ‘ଆମ ଐତିହ୍ୟର ସଂରକ୍ଷଣ ଏବଂ ଶାନ୍ତି ଓ ସୈାହାର୍ଦର ପ୍ରୋତ୍ସାହନ’ ଚଳିତ ବର୍ଷର ପ୍ରସଙ୍ଗ ହୋଇଥିବା ବେଳେ ଲୋକଙ୍କ ମନରେ ଐତିହ୍ୟ ସଂରକ୍ଷଣ, ଶାନ୍ତି ବାତାବରଣ ସୃଷ୍ଟି କରିବା ପାଇଁ ଏହି ସଚେତନତା ପଦଯାତ୍ରା ସ୍ଥାନୀୟ ଆଇନ ମହାବିଦ୍ୟାଳୟରୁ ବାହାରି ଦୈନିକବଜାର, ପାଟଣା ହୋଟେଲ ଛକ, ରମାଇ ଟକିଜ ଛକ ଦେଇ ପୁଣି ଆଇନ ମହାବିଦ୍ୟାଳୟ ଠାରେ ପହଞ୍ଚିିଥିଲା। ଏହି ପଦଯାତ୍ରାରେ ଜିଲା ସୂଚନା ଓ ପ୍ରସାରଣ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ଘରୋଇ ବସ ମାଳିକ ସଂଘ ସଭାପତି ହେମନ୍ତ ପଣ୍ଡା, ନାଗରିକ କମିଟି ସାଧାରଣ ସମ୍ପାଦକ ବିଷ୍ଣୁ କେଡିଆ, ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ଜିଲା ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି, ଜିଲା କଂଗ୍ରେସ କମିଟି ଉପସଭାପତି ସନ୍ତକ ବହିଦାର ସାମିଲ ହୋଇଥିଲେ। ସେହିପରି ସମାଜ ଜିଲା ପ୍ରତିନିଧୀ ଶିଶିରକାନ୍ତ ଶତପଥୀ, ସହର ପ୍ରତିନିଧୀ ଅଭିଳାଷ ହୋତା, ବିଭୂକଲ୍ୟାଣ ଗଡତ୍ୟା, ବେଲଗାଁ ପ୍ରତିନିଧୀ ଅଶୋକ ତ୍ରିପାଠୀ, ଚୁଡାପାଲି ପ୍ରତିନିଧୀ ଦେବରାଜ ନାହାକ, ଅଫିସ ସହାୟକ କ୍ଷମାନିଧୀ ପଟେଲ, ସୁଶାନ୍ତ ଭାଟି ପ୍ରମୁଖ ପଦଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.