ବର୍ଷାଦିନିଆ ସଚେତନତା

0

ଅନ୍ୟ ଋତୁ ତୁଳନାରେ ଏ ଦିନେ ଅଧିକ ସଚେତନ ରହିବା ନିତାନ୍ତ ଜରୁରୀ। କାରଣ ସାମାନ୍ୟ ଅସାବଧାନତାରେ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ। ଏପରି ସ୍ଥଳେ ଖାଦ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ନିୟମିତ ଭାବେ ନିଜ ଭୋଜନରେ ଦହି ସାମିଲ କରିବା ଭଲ।

ଦହିକଡ଼ି: ଏଇ ରାଜସ୍ଥାନୀ ଖାଦ୍ୟରେ ଉଭୟ ଦହି ଓ ବେସନର ମିଶ୍ରଣ ଥାଏ। ଉତ୍ତମ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ଦ୍ବିପହର ଭୋଜନ ଅବା ସକାଳ ଜଳଖିଆରେ, ରୁଟି-ପରଟା ସହ ଖାଇଲେ ହଜମ ଶକ୍ତି ବଢ଼ିଥାଏ। ଏହା ସହ ଶରୀରର ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୁଏ।

ଯେ କୌଣସି ବ୍ୟଞ୍ଜନର ଛୁଙ୍କ ନିମନ୍ତେ ଶୁଦ୍ଧ ଦେଶୀ ଘିଅ ବ୍ୟବହାର କରନ୍ତୁ। ତାହା ମଧ୍ୟ ଶରୀର ନିମନ୍ତେ ଖୁବ୍ ହିତକାରୀ।

ଗୁଡ଼ ଏକ ଉତ୍ତମ ରକ୍ତଶୋଧକ ହେବା ସହ ଭୋଜନ ପରେ ୧ ଚାମୁଚ ଗୁଡ଼ ଖାଆନ୍ତୁ। ଏହା ରକ୍ତ ସଞ୍ଚାଳନ ଭଲଭାବେ କରାଇବା ସହ ହଜମ ମଧ୍ୟ କରାଇଥାଏ। ବର୍ଷାଦିନେ ପ୍ରତ୍ୟେକ ବର୍ଗର ଲୋକ ଗୁଡ଼ ଖାଇବା ଉଚିତ।

Leave A Reply