ଫ୍ଲୋରିଡାରେ ଥିବା ଏକ ଯୋଗ ଷ୍ଟୁଡିଓରେ ଗୁଳିମାଡ, ୨ ମୃତ

0

ଫ୍ଲୋରିଡା . – ଆମେରିକାର ଫ୍ଲୋରିଡାରେ ଥିବା ଏକ ଯୋଗ ଷ୍ଟୁଡିଓରେ ଗୁଳିକାଣ୍ଡ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଯୋଗ ଷ୍ଟୁଡିଓରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ  ହୋଇଛନ୍ତି । ଗୁଳି ଚଳାଇବା ପରେ ଏହି ବନ୍ଧୁକଧାରୀ ନିଜକୁ ଗୁଳି  କରିଥିଲା ।

ସେଠାକାର ପୁଲିସ ମୁଖ୍ୟ ମାଇକେଲ୍‌ ଡେଲିଏଙ୍କ ସୂଚନା ଅନୁସାରେ  ବନ୍ଧୁକଧାରୀ ଷ୍ଟୁଡିଓରେ ପ୍ରବେଶ କରିବା ପରେ ସେଠାରେ ଉପସ୍ଥିତ ଥିବା ୬ଜଣଙ୍କୁ ଗୁଳି ମାରିଥିଲା । ଏହାପରେ ନିଜକୁ ଗୁଳି ମାରି ଥିଲା । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତକ ଓ ବନ୍ଧୁକ ଚଳାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ ।

Leave A Reply