ଫୋନ ସର୍ଭିସ ଷ୍ଟେସନରେ ପେଟିଏମ୍‍ ଆକାଉଣ୍ଟରୁ ୯୧ ହଜାର ଟଙ୍କା ଗାଏବ

0

ନୂଆଦିଲ୍ଳୀ: ଏକ ଫୋନ ସର୍ଭିସ ଷ୍ଟେସନ୍‍ରେ ଜଣେ ଗ୍ରାହକଙ୍କ ପେଟିଏମ୍‍ ଆକାଉଣ୍ଟରୁ ୯୧ ହଜାର ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ୟୁସୁଫ୍‍ କରିମ୍‍ ନାମକ ଜଣେ ଗ୍ରାହକ ତାଙ୍କର ଖରାପ ହୋଇଯାଇଥିବା ଫୋନ୍‍କୁ ମରାମତି ପାଇଁ ସର୍ଭିସ ସେଣ୍ଟରରେ ଦେଇଥିଲେ। କିନ୍ତୁ ତା’ ପୂର୍ବରୁ ଫୋନ୍‍ ମେମୋରିରେ ଥିବା ଓଟିପି, ପାସ୍‍ୱାର୍ଡ, ଆକାଉଣ୍ଟ ନମ୍ବର ଆଦିକୁ ଡିଲିଟ୍‍ କରି ନଥିଲେ। ସର୍ଭିସ ସେଣ୍ଟରର ଜଣେ କର୍ମଚାରୀ ଉକ୍ତ ଆକାଉଣ୍ଟ ଓ ଓଟିପିକୁ ବ୍ୟବହାର କରି କରିମ୍‍ଙ୍କ ପେଟିଏମ୍‍ ଆକାଉଣ୍ଟରୁ ସର୍ବମୋଟ ୯୧ ହଜାର କୋଟି ଟଙ୍କା ଉଠାଇ ନେଇଥିଲେ।
କରିମ୍‍ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମରାମତି ହୋଇଥିବା ଫୋନ୍‍ ଘରକୁ ଆଣିବା ପରେ ପେଟିଏମ୍‍ ପକ୍ଷରୁ ଏକ ଇମେଲ୍‍ ଆସିଥିଲା। ସେଥିରେ ତାଙ୍କ ଆକାଉଣ୍ଟକୁ ଲକ୍‍ କରାଯାଇଥିବା ଉଲ୍ଳେଖ ରହିଥିଲା। କିଛି ସମୟ ପରେ ଆଉ ଏକ ଇମେଲ୍‍ ଆସିଥିଲା। ସେଥିରେ ଇମେଲ୍‍ ଠିକଣା ବଦଳି ଯାଇଥିବା ଓ ୧୯,୯୯୯ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଥିଲା। କିଛି ସମୟ ପରେ ତାଙ୍କ ମୋବାଇଲ୍‍କୁ ଆସିଥିବା ପୁଣି ଏକ ମେସେଜ୍‍ରେ ଆକାଉଣ୍ଟରୁ ୮୦, ୪୯୮ ଟଙ୍କା ଉଠାଯାଇଥିବା ଲେଖାଯାଇଥିଲା। କିନ୍ତୁ ଅନେକ ଥର ଅନୁରୋଧ ପରେ ମଧ୍ୟ ତାଙ୍କ ଆକାଉଣ୍ଟକୁ ପେଟିଏମ୍‍ ପକ୍ଷରୁ ବ୍ଲକ୍‍ କରାଯାଇନଥିବା କରିମ୍‍ ଅଭିଯୋଗ କରିଛନ୍ତି। କରିମ୍‍ଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି।

Leave A Reply