ଫଡନବିସଙ୍କୁ ନୋଟିସ

0

ମୁମ୍ବଇ: ବିଧାନସଭା ନିର୍ବାଚନବେଳେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ବିରୋଧରେ ଥିବା ଅପରାଧ ମାମଲା ସମ୍ବନ୍ଧରେ ପ୍ରକାଶ କରି ନ ଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସୁପ୍ରିମକୋର୍ଟ ଗୁରୁବାର ନୋଟିସ ଜାରି କରିଛନ୍ତି। ଫଡନବିସଙ୍କ ବିରୋଧରେ ଦୁଇଟି ଅପରାଧ ମାମଲା ରହିଥିବାବେଳେ ଏହା ଉଲ୍ଲେଖ ନ କରିବା ଲୋକପ୍ରତିନିଧି ଆଇନର ଧାରା-୧୯୫୧ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସାମାଜିକ କର୍ମୀ ତଥା ଆଇନଜୀବୀ ସତୀଶ ଉକେ ପ୍ରଥମେ ହାଇକୋର୍ଟରେ ଆବେଦନ କରିଥିଲେ। ଏଥିସହ ଫଡନବିସଙ୍କ ନିର୍ବାଚନ ରଦ୍ଦ କରିବାକୁ ସେ ଦାବି କରିଥିଲେ; କିନ୍ତୁ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସତୀଶ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହି ଆବେଦନ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏସ୍‍. କେ. କାଉଲ ଏବଂ କେ. ଏମ୍‍. ଯୋଶେଫଙ୍କ ପୀଠ ଫଡନବିସଙ୍କଠାରୁ ଜବାବ ଲୋଡିଛନ୍ତି।

Leave A Reply