ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠିତ

0

ଭୁବନେଶ୍ୱର: ନିଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠନ କରିଛନ୍ତି ବୋଲି ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଜଣାଇଛନ୍ତି। ଏହି କମିଟିରେ ବରିଷ୍ଠ ମୁଖପାତ୍ର ଭାବରେ ତାରାପ୍ରସାଦ ବାହିନୀପତି, ବିଜୟଲକ୍ଷ୍ମୀ ସାହୁ, ଡ. ପ୍ରଫୁଲ୍ଲ ମାଝୀ, ଡ. ହମିଦ୍‍ ହୁସେନ୍‍, ଅଂଶୁମାନ ମହାନ୍ତି, ସୁଚରିତା ମହାନ୍ତି ଓ ସମରେନ୍ଦ୍ର ମିଶ୍ର ପ୍ରମୁଖ ନିଯୁକ୍ତି ପାଇଥିବା ବେଳେ ମୁଖପାତ୍ର ଭାବରେ ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମାଂଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍‍ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦୁ ମଜୁମଦାର, ନିକୁଞ୍ଜ ପଶାୟତ, ଡ. ସ୍ମୃତିରଂଜନ ଲେଙ୍କା ପ୍ରମୁଖ ନିଯୁକ୍ତ ହୋଇଛନ୍ତି।
ଆବଶ୍ୟକୀୟ ସ୍ଥଳେ ଏହି ବିଭାଗକୁ ପରାମର୍ଶ ଏବଂ ତଥ୍ୟ ଯୋଗାଇଦେବା ଓ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।
ପୁନଶ୍ଚ ମିଡିଆ ସଂଯୋଜକ ଭାବେ ସର୍ବଶ୍ରୀ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍‍ ପ୍ରକାଶ ସାହୁ, ମାନସ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ନାୟକ ଜଣାଇଛନ୍ତି।

Leave A Reply