ପୋଖରୀରେ ବୁଡ଼ି ବୃଦ୍ଧ ମୃତ

0

ଘସିପୁରା : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟ ଘଟିଛି। ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ଦଳେଇସାହିର ଭରତ ଦଳେଇ(୬୭) ନୂଆ ପୋଖରୀକୁ ଗୁରୁବାର ୧୨ଟା ସମୟରେ ଗାଧୋଇବାକୁ ଯାଇଥିବା ବେଳ ପୋଖରୀରେ ବୁଡିଯାଇଥିଲେ। ପରେ ଏହାକୁ କେହି ଦେଖି ପାରି ନଥିଲେ। ଅନେକ ସମୟ ଧରି ଭରତ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବାପରେ କୈାଣସି ସନ୍ଧାନ ନମିଳିବାରୁ ସନ୍ଦେହରେ ପୋଖରୀରେ ଖୋଜିବା ସହ ଭରତକୁ ଉଦ୍ଧାର କରି ଥିଲେ। ଘସିପୁରା ପୁଲିସ ଶବକୁ ଜବତ କରିବା ସହିତ ଆନନ୍ଦପୁର ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।

Leave A Reply