ପୁଲିସ ହାତରେ ହାଇପ୍ରୋଫାଇଲ ଠକ

0

ଖୋର୍ଦ୍ଧା: ପୁଲିସ ହାତରେ ହାଇପ୍ରୋଫାଇଲ ଠକ ଧରା ପଡିଛି। ଚାକିରି କରାଇ ଦେବା ସହ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜରେ ସିଟ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଅଭିଯୋଗରେ ପୁଲିସ ପ୍ରଦୋଷ ଦାସ ନାମକ ଜଣେ ଯୁବକକୁ ଗିରଫ କରିଛି। ଜଣେ ଛାତ୍ରଙ୍କୁ ମେଡିକାଲ କଲେଜରେ ନାମ ଲେଖାଇ ଦେବ ବୋଲି କହି ପ୍ରଦୋଷ ତାଙ୍କ ଠାରୁ ୨୪ଲକ୍ଷ ୫୦ହଜାର ଟଙ୍କା ଠକି ନେଇଥିଲା। ଏନେଇ ଅଭିଭାବକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଦୋଷକୁ ଗିରଫ କରିଛି।
ପ୍ରଦୋଷ ନିକଟରୁ ୩୦ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ କାର, ସ୍କୁଟି, ୨ଟି ଏଲଇଡି ଟିଭି, ମୋବାଇଲ ଫୋନ, ଦାମୀ ଘଣ୍ଟା, କମ୍ପ୍ୟୁଟର ଓ ପ୍ରିଣ୍ଟର ରହିଛି। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି।

Leave A Reply