ପୁଲିସକୁ ଆକ୍ରମଣ ଘଟଣା: ମନ୍ତ୍ରୀ ପୁଅଙ୍କ ସମେତ ୯ଜଣଙ୍କୁ ଜାମିନ

0

ଘସିପୁରା: ରାମଚନ୍ଦ୍ରପୁର ଠାରେ ପୁଲିସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସୋମବାର ଆନନ୍ଦପୁର କୋର୍ଟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅଙ୍କ ସହିତ ୯ଜଣଙ୍କ ଜାମିନ ମଞ୍ଜୁର କରିଥିବା ଜଣାପଡିଛି। ରାମଚନ୍ଦ୍ରପୁର ଥାନା ସମ୍ମୁଖରୁ ପୁଲିସ କୁ ଆକ୍ରମଣ କରିବା ସହିତ ଆସାମୀକୁ ପୁଲିସ ଠାରୁ ଛଡାଇନେବା ଘଟଣାରେ ରାମଚନ୍ଦ୍ରପୁର ପୁଲିସ ମନ୍ତ୍ରୀ ପୁଅଙ୍କ ସମେତ ୯ଜଣଙ୍କୁ ଗିରଫ କରି କେଶ ନଂ ୧୩୮/୧୮ରେକୋର୍ଟ ଚାଲାଣ କରାଯାଇଥିଲା।ଉକ୍ତ ଘଟଣା ସଂପୃକ୍ତ ଥିବା ୯ ବିଷୟରେ ବିଚାର କରି ଆନନ୍ଦପୁର ଅତିରିକ୍ତ ଜିଲା ଦୈାରାଜଜ ବିଶ୍ୱଜିତ ମହାନ୍ତ ଜାମିନ ମଞ୍ଜୁର କରିଥିବା ଜଣାପଡିଛି। ସେମାନେ ହେଲେ ମନ୍ତ୍ରୀଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧକ୍ଷ ଦେବାଶିଷ ପାତ୍ର, ପ୍ରଦୀପ ସାହୁ, ପରିକ୍ଷିତ ସାହୁ, ମନ୍ମଥ ସାହୁ, ସୃଜନ ସାହୁ, ହୃଷିକେଶ ରାଉତ, ଶମ୍ଭୁନାଥ ବେହେରା, କାଳନ୍ଦି ଚରଣ ସାହୁ ଓ ନିକୁଞ୍ଜ ସାହୁ ବୋଲି ଜଣାପଡିଛି।

Leave A Reply