ପୁରୁଣା  ଗମ୍ବୁଜ ଭିତରୁ ମିଳିଲା ୨ହଜାର ବର୍ଷ ତଳର ୫୦ଟି ମମ୍ମି

0

ମୀନୟା ..- ଇଜିପଟ୍‌ର କାଇରୋ ନିକଟରେ ଥିବା ମୀନାୟ ସହରର ଏକ ପୁରୁଣା ଗମ୍ବୁଜ ଭିତରୁ ୫୦ଟି ମମ୍ମି ଉଦ୍ଧାର କରାଯାଇଛି । ଏ ସବୁ ମମ୍ମିଙ୍କର କାର୍ବନ ଡେଟିଂରୁ  ୨ହଜାର ବର୍ଷ ପୁରୁଣା ବୋଲି ଜଣା ପଡିଛି । ଇଜିପ୍ଟରେ କାମ କରୁଥିବା ପ୍ରତ୍ନତତ୍ୱବିତ୍‌ମାନେ ଏକ ପୁରାତନ ଗମ୍ବୁଜର ନିମ୍ନ ଭାଗ ଖନନ କରୁଥିଲେ ।

ଏହାର ତଳେ ଚାରୋଟି କୋଠରୀ ଥିବା ଦେଖିବାକୁ ପାଇଥିଲେ । ପ୍ରାୟ ୩୦ ଫୁଟ୍‌ ଖନନ ପରେ ଏହି ମମ୍ମିମାନଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୧୨ ଜଣ ପିଲାଙ୍କର ମମ୍ମି ରହିଛି ।

Leave A Reply