ପୁରୀ ହିଂସାକାଣ୍ଡ: ୩ଗିରଫ

0

ପୁରୀ: ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ବୁଧବାର ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଳିକାଦେବୀ ସାହିର ଦିଲୀପ କୁମାର ଦାସ (୨୮) ଏବଂ ମାର୍କଣ୍ଡେଶ୍ୱର ସାହିର ବିକାଶ ଚନ୍ଦ୍ର ସାହୁ (୨୧)। ଫାଣ୍ଡି ଭଙ୍ଗାରୁଜା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏସ୍‍ଆଇ ଲୋକନାଥ ମହାପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ମୋକଦ୍ଦମା ରୁଜୁ ହୋଇଛି। ସେହିପରି ଟାଉନଥାନା ପୁଲିସ ମାର୍କଣ୍ଡେଶ୍ୱର ସାହିର ଲୋକନାଥ ମହାପାତ୍ର (୨୮)ଙ୍କୁ ଗିରଫ କରିଛି। ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ୩ତାରିଖ ଦିନ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀବନ୍ଦ କରାଯାଇଥିଲା। ଏହାର ସୁଯୋଗ ନେଇ ଶତାଧିକ ଯୁବକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ। ଘଟଣାରେ ପୁଲିସ ୧୬ଟି ମୋକଦ୍ଦମା ରୁଜୁ କରିବା ସହ ସିସିଟିଭି ଫୁଟେଜ ଏବଂ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ପ୍ରାୟ ୨ଶହ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ସନ୍ଧ୍ୟା ୯୬ଜଣଙ୍କୁ ଗିରଫ କରାଯାଇଛି।

Leave A Reply