ପୁଣି ଘୁଞ୍ଚିଲା ତିନି ତଲାକ ବିଲ୍‍

0

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ତୀବ୍ର ରୂପ ଧାରଣ କରିଥିଲା। ସରକାରଙ୍କ ସଂଶୋଧିତ ତିନି ତାଲାକ ବିଲ ବିରୋଧୀଙ୍କ ସମର୍ଥନ ହାସଲ କରି ପରି ନଥିଲା। ବିପକ୍ଷର ହୋ-ହଲ୍ଲା ହେତୁ ତିନି ତାଲାକ ଆଗାମୀ ଅଧିବେଶନ ପାରିତ ହେବା ଆଶାରେ ରହିଗଲା। ବିରୋଧୀଙ୍କ ବିରୋଧ ଆଗରେ ସରକାର କିଂକର୍ତ୍ତବ୍ୟବିମୂଢ ହୋଇଥିବା ପରି ଲାଗିଲା। ଆଗାମୀ ଅଧିବେଶନରେ ରାଜ୍ୟସଭାରେ ପୁଣି ଥରେ ଏହି ବିଲକୁ ଆଗତ କରାଯିବ। ବିରୋଧୀଙ୍କ ହଙ୍ଗାମାକୁ ଦୃଷ୍ଟିରେ ରଖି ଅପରାହ୍ଣ ୨.୩୦ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବି ରଖାଯାଇ ଥିଲା। ଅଧିବେଶନର ଆରମ୍ଭ ହେବା ପରେ ବିରୋଧୀ ତିନି ତାଲାକ ପରିବର୍ତ୍ତେ ପ୍ରାଇଭେଟ ବିଲକୁ ଅଧିକ ଗୁରୁତ୍ୱ ଦେବାରୁ ପୁଣି ଥରେ ରାଜ୍ୟ ସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

Leave A Reply