ପୁଣି ଅଲୋଡା ହେଲା ଶିଶୁ କନ୍ୟା

0

ଢେଙ୍କାନାଳ: ପୁଣି ଏକ ଶିଶୁ କନ୍ୟା ଅଲୋଡା ହୋଇପଡିଛି। ଢେଙ୍କାନାଳ ସୋଗର ପଞ୍ଚାୟତର ଝଗଡପଦା ନିକଟରେ ଏକ ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର ହୋଇଛି। ଜନ୍ମଦାତ୍ରୀ ମାଆ ନବଜାତ ଶିଶୁକନ୍ୟାକୁ ବୁଦାମୂଳରେ ଛାଡି ପଳାଇଛି।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ରାସ୍ତାରେ କିଛି ଲୋକ ଯାଉଥିବା ସମୟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳକୁ ଯାଇ ଶିଶୁ କନ୍ୟାକୁ ଏକ କପଡା ଗୁଡାଇ କେହି ଫୋପାଡି ଦେଇଥିବା ଦେଖିଥିଲେ। ଶିଶୁଟିକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply