ପାନୀୟ ଜଳ ସଙ୍କଟ ବେଳେ ପାଉଚରେ ଥିବା ଖରାପ ପାଣିକୁ ଟଙ୍କା ଦେଇ ପିଉଛନ୍ତି ସାଧାରଣ ଲୋକ

ଟିଟିଲାଗଡ଼ – ଶୋଷରେ ଆତୁର ପଥିକଙ୍କୁ ପାଣି ପିଆଇବା ଆମ ଦେଶର ଏକ ପ୍ରାଚିନ ପରମ୍ପରା ଏବେ ସ୍ମୃତି ଗର୍ଭରେ ବିଲୀନ। ସମ୍ପ୍ରତି ଜଳ ବିକ୍ରୀ ଏକ ବିରାଟ ବ୍ୟବସାୟରେ ପରିଣତ ହୋଇଛି। ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଂଚଳ ପାଣି ବ୍ୟବସାୟୀଙ୍କ ପାଇଁ ଏକ ବିରାଟ ବଜାର ପାଲଟିଛି। ଏବେ ତିତିଲାଗଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ହେଲେ ବିଭିନ୍ନ ଦୋକାନରେ ପାଣି ପାଉଚ ବିକ୍ରି ହେଉଛି । ପାଣି ପାଉଚ ଏକ ପ୍ରକାର ବିଷାକ୍ତ ଓ ଏଥିଯୋଗୁଁ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନନର ନିଘା ନାହିଁ ।
ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଣି ପାଉଚର ବହୁଳ ବ୍ୟବହାର ହେଉଛି । ପାଣି ପାଉଚରେ ଏହାର ତିଆରି ତାରିଖ , ବ୍ୟବହାରର ସମୟ ସୀମା ଛାପା ହୋଇ ରହୁ ନଥିବା ଅଭିଯୋଗ ହୋଇଛି । ହେଲେ ଖାଉଟି ବିଭାଗ କିମ୍ବା ଖାଦ୍ୟ ଅଧିକାରୀ ତଥା ସ୍ଥାନୀୟ ପ୍ରଶାସନ ଏଥିପାଇଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।

Comments are closed.