ପାନୀୟଜଳ ସମସ୍ୟାକୁ ନେଇ ଢେପାଗୁଡାବାସୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ଧାମୁଣିପଙ୍ଗା ପଞ୍ଚୟତର ଢେପାଗୁଡା, ଗୁଣ୍ଡୁରୀଗୁଡା ଓ ବାଗଗୁଡା ବାସୀ ସୁଧ ପାନୀୟଜଳ ପାଇଁ ଡହଳବିକଳହୋଇ ପ୍ରଶାସନଙ୍କୁ ଗୁହାରି କରିବା ପରେ କୌଣସି ଗୁରୁତ୍ତ୍ୱ ଦେଇନଥିବା ଯୋଗୁଁ ଆଜି ବହୁଜନ ସମାଜ ପାର୍ଟି ତତ୍ବାବଧାନରେ ୧୨ ଘଣ୍ଟିଆ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ୩ ଖଣ୍ଡ ଗ୍ରାମବାସୀ ଓ ବହୁଜନ ସମାଜ ପାର୍ଟି କର୍ମୀ ମିଳିତରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରେ ବିଡ଼ିଓ କଳୁଚରଣ ନାୟକ, ତହସିଲଦାର ଦେବାଶିଷ କର, ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନୀଳିମା ପ୍ରିୟଦର୍ଶିନୀ ଦାସ, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ଉପସ୍ଥିତ ରହି ଧାରଣାରେ ବସିଥିବା ଗ୍ରାମବାସୀଙ୍କୁ ବହୁବାର ବୁଝାଇବା ପରେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ । କୌଣସି ଦଳର ଚାପରେ ବଶବର୍ତ୍ତୀ ହୋଇ ନା ଅନ୍ୟ କୌଣସି କାରଣରୁ ଆମ ଗାଁକୁ ସୁଧ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ନଳକୂପ ଖନନ ଗାଡି ଆସି ବୋରୱେଲ ଖନନ କଲେ ଆମେ ଧରଣାରୁ ଉଠିବୁ ବୋଲି ଅଡିବସିଥିଲେ । ଗ୍ରାମବାସୀ ଧାରଣାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖି ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ରହିଛି କି ଯେ ୨ଦିନ ମଧ୍ୟରେ ଗାଁରେ ଗୋଟିଏ ବୋରୱେଲ ଖନନ କରିଦିଆଯିବ। ସେଥି ପୂର୍ବରୁ ଆଜିଠାରୁ ଘର ଘରକୁ ଟାଙ୍କି ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନିକ ଅଧିକାରୀମାନେ ପ୍ରତିଶୃତି ଦେବାରୁ ଧାରଣାରେ ବସିଥିବା ମହିଳା ପୁରୁଷମାନେ ଧାରଣାରୁ ଉଠିଥିଲେ। ଧାରଣାରେ ବସିଥିବା ବେଳେ କୋବିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା, ମୁଖରେ ତୁଣ୍ଡି, ସାନିଟାଇଜର ବ୍ୟବହାର କରିବା ସହ ହାତରେ ଫ୍ଲାଶକାଡ଼ ଧରିଥିଲେ।ଏଥିରେ ବହୁଜନ ସମାଜ ପାର୍ଟିର ଜିଲା ସଭାପତି ଜିତୁ ଯାକେସିକା, କୃଷ୍ଟ ମହାନନ୍ଦିଆ, ପଦ୍ମନ ଭତ୍ରା, ବିକ୍ରମ ହିଆଲ, ସୁକୃ କରକରିଆ, ସାବିତ୍ରୀ ହିକକା, କଲାବତୀ କାଡ୍ରାକା, ପାର୍ବତୀ ହିକକା, କୁନି ତିଆକା, ପ୍ରେପକା ସୀତାଇ, ହୁଇକା ବାରିକେଣି, ସୁକାନ୍ତି ହୁଇକା, ସମେତ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ପୁରୁଷ ଧାରଣା ଦେଇଥିଲେ।

 

ପ୍ରକାଶ ଥାଉକି ଧାମୁଣି ପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ ପ୍ରାୟ ୬୦ପରିବାର ରେ ପ୍ରାୟ ୪୫୦ ଜନସଂଖ୍ୟା ରହିଛି। ଏଥିରେ ୪ଟି ନଳକୂପ ରହିଛି। ଏହି ନଳ କୂପ ଗୁଡିକ ଦୁଇଟି ଖରାପ ଥିବାବେଳେ ଅନ୍ୟ ଦୁଇଟି ରେ ବହୁସମୟ ଧରି ହେଣ୍ଡଲ ମାରିଲେ କମ ପାଣି ବାହାରୁଚି। ଏତେ ପରିବାରକୁ ପାଣି ଅଣ୍ଟୁ ନଥିବାରୁ ବାଧ୍ୟ ହୋଇ ଗାଁଠାରୁ ପ୍ରାୟ ୧ କିମି ଦୂର ଘାଟି ଅଲ୍ଲାହି ନଦୀରେ ଚୁଆ କରି ପାଣି ଆଣି ବ୍ୟବହାର କରୁଥିଲେ।ନଦୀ ବା ଚୁଆ ପାଣି ବ୍ୟବହାର କରି କଚୁକୁଣ୍ଡିଆ ଭଲି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହିଗାଁ ସମସ୍ତେ ଆଦିବାସୀ ପରିବାର। ଏମାନେ ଭୋର ସକାଳୁ ଉଠି ଘରକାମ ସାରି ଡଙ୍ଗର କାମ, କୁଲି କାମ, ବିଭିନ୍ନ କାମକୁ ଯାଇଥାନ୍ତି ।ପାଣିସମସ୍ୟା ଯୋଗୁଁ ଏମାନଙ୍କ ସବୁ କାମ ଅସୁବିଧା ହେଉଛି ।ନଳ କୂପ ଖରାପ ବୋଲି ପଞ୍ଚାୟତରେ କହିଲେ ସ୍ୱାବଲମ୍ବୀ କାରିଗର ଲୋକଙ୍କୁ ପଠାଇ ନଳକୂପ ମରାମତି କଲେମଧ୍ୟ ପାଣିବାହାରୁନାହିଁ। ଯେଉଁ ପାଣି ବାହାରୁଚି ତାହା ଲୁହାଗନ୍ଧ ହେଉଛି ,ପାଣି ରେ ରଙ୍ଗ ଓ ତେଲିଆ ହୋଇ ରହୁଛି । ଯାହାଫଳରେ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ ବୋଲି ଗ୍ରାମବାସୀ ପଞ୍ଚାୟତ ରେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଙ୍କୁ ଜଣାଇବା ପରେ କୌଣସି ନଳକୁପ ମରାମତିକାମ ହୋଇନଥିବାରୁ ।ବିଡ଼ିଓ କଳୁଚରଣ ନାୟକଙ୍କୁ ମୌଖିକ କହିବା ସହ ଲିଖିତ ଦେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଅବଗତ କରିଥିଲେ ହେଁ କୌଣସିମରାମତି କରିନଥିଲେ । ମେ ମାସ ୩ତାରିଖରେ ଜିଲାପାଳ ଓପୁଣି ୧୩ତାରିଖରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ଲିଖିତଗୁହାରି କରିଥିଲେ କିନ୍ତୁ ନଳକୂପ ମରାମତି କରିନଥିଲେ କି ବୋର ୱେଲ ଖନନ କରିନଥିଲେ।ଜିଲାପାଳ ସ୍ଥାନୀୟ ବିଡ଼ିଓ ଙ୍କୁ ଢେପାଗୁଡା ଗାଁ ପାଣି ସମସ୍ୟା କହିବା ରୁ ବିଡ଼ିଓ ଓ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ମିଶି ଉକ୍ତ ଗାଁ କୁ ଯାଇ ଜାଗା ଚିହ୍ନଟ କରି ବୋରୱେଲ ଖନନ କରିବାପାଇଁ କହିଥିଲେ ।ଏହା ଜାଗା ଚିହ୍ନଟ କରି ପ୍ରାୟ୨୫ଦିନ ହେବ ପ୍ରଶାସନ ନିରବ ରହିଯାଇଥିଲେ ।ଏହାକୁ ନେଇ ଗ୍ରାମବାସୀ ଓ ବହୁଜନ ସମାଜ ପାର୍ଟି ମିଳିତରେ ଧାରଣା ରେ ବଶିଥିଲେ ।ଲିଖିତ ପ୍ରତିଶ୍ରୁତି ପରେ ଧରଣରୁ ଉଠିଥିଲେ । ଏବିଷୟରେ ବିଡିଓ କାଳୁ ଚରଣ ନାୟକ ଙ୍କୁ ପଚାରିବାରୁ ସେକହିଥିଲେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଢେପାଗୁଡା ଗାଁକୁ ଯାଇଥିଲୁ ପାଣି ସମସ୍ୟା ଦେଖିଥିଲୁ ।ବୋରୱେଲ ପାଇଁ ଜାଗା ଚିହ୍ନଟ କରି ଥିଲୁ ।୫ଦିନ ପୂର୍ବରୁ ଏବିଷୟରେ କଥାହେଇଥିଲି ।ବୋର ୱେଲ ଖନନ ଗାଡି ଆସିବା ବେଳେ ବାଟରେ ଦବି ଯାଇଛି ଆସିଲେ କରାଯିବ ,ସେଥିପାଇଁ ବର୍ତ୍ତମାନ ଟାଙ୍କି ଦ୍ୱାରା ପ୍ରତ୍ୟେକ ଘରକୁ ପାଣି ଯୋଗାଇଦିଆଜିବ ବୋଲି କହିଛନ୍ତି।

Comments are closed.