ପନିରସେଲଭମ୍‌ଙ୍କ ଭାଇ ଏଆଇଏଡିଏମ୍‌କେରୁ ବହିଷ୍କୃତ

0

ଚେନ୍ନଇ : ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କ ଭାଇ ଓ ରାଜା ଶାସକ ଦଳ ଏଆଇଏଡିଏମ୍‌କେରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ ଘୋଷଣା କରିଛନ୍ତି। ପଲାନିସ୍ବାମୀଙ୍କ ସହିତ ପନିରସେଲଭମ୍ ମିଳିତ ସାମ୍ବାଦିକ ସମ୍ମିଳନୀରେ ​‌େ​‌ଘାଷଣା କରିଛନ୍ତି ଯେ ରାଜାଙ୍କ କାର୍ଯ୍ୟ ପାଇଁ ଦଳ ସାଧାରଣରେ ନିନ୍ଦିତ ହୋଇଛି। ରାଜାଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ନ ରଖିବା ଲାଗି ଏଆଇଏଡିଏମକେର ନେତା ଓ କର୍ମୀମାନଙ୍କୁ କୁହାଯାଇଛି। ରାଜା ପୂର୍ବରୁ ଥେନି ଜିଲା ପେରିୟାକୁଲମ୍ ଜିଲା ପରିଷଦ ଅଧ୍ୟକ୍ଷ ଥିଲେ। ପନିରସେଲଭମ୍‌ଙ୍କ ବାରଣ ସତ୍ତ୍ବେ ରାଜା ମଦୁରାଇ ଦୁଗ୍ଧ ସମବାୟ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଅନ୍ୟ ପଟେ ରାଜା ମଧ୍ୟ ତାଙ୍କ ଭାଇ ପନିରସେଲଭମ୍‌ଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। କାରଣ ପନିରସେଲଭମ୍ ଭାଇକୁ ପଛରେ ପକାଇ ପୁଅକୁ ରାଜନୀତିରେ ପ୍ରୋତ୍ସାହନ ଦେଉଛନ୍ତି।

Leave A Reply