ପଦ୍ମଶ୍ରୀ ଫେରାଇବେ ମାଉଣ୍ଟେନ୍‍ ମ୍ୟାନ ଦୈତାରୀ ନାୟକ

ଓଡ଼ିଶାର ମାଉଣ୍ଟେନ୍‍ ମ୍ୟାନ ଭାବେ ପରିଚିତ ଦୈତାରୀ ନାୟକ ପାଇଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି ।
ଦୈତାରୀଙ୍କ ପାଇଁ କେନ୍ଦୁଝର ବାଂଶପାଳ ବ୍ଲକ ବୈତରଣୀ ଗାଁ ବେଶ ଜଣାଶୁଣା। ଦୀର୍ଘ ୩ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ସେ ୪କିଲୋମିଟର ଲମ୍ବର ପାହାଡ କାଟି ନିଜ ଚାଷ ଜମିକୁ ପାଣି ନେଇଥିଲେ। ଏହି ଅସାଧାରଣ କାମ ପାଇଁ ୨୦୧୯ରେ ଦୈତାରୀଙ୍କୁ ସମ୍ମାନ ସୂଚକ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ଏହି ପଦ୍ମଶ୍ରୀ ପୁରସ୍କାର ତାଙ୍କ ଦୈନନ୍ଦିନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଦୈତାରୀ କହିଛନ୍ତି। ତାଙ୍କ କହିବା ଅନୁସାରେ ଏହି ସମ୍ମାନର ଅଧିକାରୀ ହେବା ପରେ ଆଉ କାମ ମିଳୁନାହିଁ । ଫଳରେ ଦି ଓଳି ଦି ମୁଠା ଖାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ତେଣୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ସେ ନିଷ୍ପତିି ନେଇଛନ୍ତି ।

Comments are closed.