ପଣ୍ଡିତ ଗୋପବନ୍ଧୁଙ୍କ ବକ୍ତୃତା ଉପରେ ୧୪୪ ଧାରା

0

୧୯ା୨ା୧୯୨୭ ତାରିଖ ଦିନ ରେଳବାଇର ଏକ ଅନ୍ୟାୟ ଆଦେଶ ଉପରେ ଏକ ସଭା ଅନୁଷ୍ଠିତ ହେବାର ଥିଲା। ଏହି ସଭା ନ କରିବାକୁ ଅଙ୍କୁଶ ଲଗାଯାଇଥିଲେ ମଧ୍ୟ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ସଭା ହେଲା। ଏହି ସଭାରେ ରେଳବାଇ ମୁଖ୍ୟ, ପୁଲିସ ମୁଖ୍ୟ ଏବଂ ସ୍ଥାନୀୟ ପ୍ରଶାସକଙ୍କ ମନୋନୀତ ଅଫିସରମାନେ ଉପସ୍ଥିତ ଥିଲେ। ଗୋପବନ୍ଧୁ ରେଳବାଇ ଶ୍ରମିକଙ୍କୁ ନ୍ୟାୟ ଦେବାକୁ ଦାବି କରି ଭାଷଣ ଦେଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସରକାର ତାଙ୍କୁ ପରବର୍ତ୍ତୀ ତିନିମାସ ପର୍ଯ୍ୟନ୍ତ କୌଣସି ସଭାରେ ଭାଷଣ ନ ଦେବାକୁ ଆଇନ ପାସ୍‍ କଲେ। ୧୪୪ ଧାରା ବଳରେ ସେ ତିନିମାସ ପର୍ଯ୍ୟନ୍ତ ସଭା କରିପାରିଲେ ନାହିଁ।

Leave A Reply