ନଭେମ୍ବର ୩୦କୁ ବଢ଼ିଲା ଆୟକର ଦାଖଲ ଅବଧି

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଆୟକର ଦାଖଲ ଅବଧି ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଇଟି ବିଭାଗ ମଧ୍ୟ ଟ୍ୟାକ୍ସ ସେଭିଂ ଇନ୍‌ଭେଷ୍ଟମେଣ୍ଟ/ପେମେଣ୍ଟ ପାଇଁ ଜୁଲାଇ ୩୦ ପର୍ଯ୍ୟନ୍ତ ଅବଧି ବଢ଼ାଇ ଦେଇଛି। ଏହାଦ୍ବାରା କରଦାତାମାନେ ଜୁଲାଇ ୩୧ ପର୍ଯ୍ୟନ୍ତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇନ୍‌କମ୍‌ ଟ୍ୟାକ୍ସ ଅଧୀନରେ ଡିଡକ୍‌ସନ୍‌ ପାଇଁ ଇନ୍‌ଭେଷ୍ଟମେଣ୍ଟ କରିପାରିବେ। ଆଇଟି ବିଭାଗ ପକ୍ଷରୁ ଟିଡିଏସ୍‌/ଟିସିଏସ୍‌ ସାର୍ଟିଫିକେଟ୍‌ ପାଇଁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅବଧି ବଢ଼ାଇ ଦିଆଯାଇଥିବା ସୂଚନା ମିଳିଛି।

Comments are closed.