ନାଗେଶ୍ବରଙ୍କ ଘରେ କଲକାତା ପୁଲିସ ଚଢଉ

0

କଲକାତା: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦେଶକ ନାଗେଶ୍ବର ରାଓଙ୍କ ଘରେ ଶୁକ୍ରବାର କଲକାତା ପୁଲିସ ଚଢଉ କରିଛି। ରାଓଙ୍କ ଘର ସହିତ ତାଙ୍କ ପତ୍ନୀଙ୍କ ସମ୍ପୃକ୍ତି ଥିବା କମ୍ପାନୀ ଆଞ୍ଜେଲିନା ମର୍ଚାଣ୍ଟାଇଲ ପ୍ରାଇଭେଟ୍ ଲିମିଟେଡରେ ପୁଲିସ ଚଢଉ କରିଛି। ତେବେ ଆଞ୍ଜେଲିନା ମର୍ଚାଣ୍ଟାଇଲ ସହିତ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ରାଓ କହିଛନ୍ତି। ଆଉ ଏହି ଯେଉଁ ଚଢଉ ହୋଇଛି ତାହା ସମ୍ପୂର୍ଣ୍ଣ ରୂପେ
ଉଦ୍ଦେଶ୍ୟ ପ୍ରଣୋଦିତ। ୨୦୧୮ ଅକ୍ଟୋବର ୩୦ରେ ମଧ୍ୟ ରାଓ ଏକ ବିବୃତିରେ ଆଞ୍ଜେଲିନା ମର୍ଚାଣ୍ଟାଇଲ ସହିତ ନିଜର ସମ୍ପୃକ୍ତିକୁ ଖଣ୍ଡନ କରିଥିଲେ। କଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଜେରା କରିବାକୁ ଯିବା ନେଇ ବିବାଦ ଦେଖାଯାଇଥିଲା। ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନଶନରେ ବସିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସିବିଆଇ ଓ କଲକାତା ପୁଲିସ ବିବାଦ ପ୍ରଶମନ ହୋଇଥିଲା।
ନାଗେଶ୍ବରଙ୍କ ଘରେ…

Leave A Reply