ନଭେମ୍ବର ୧୪-୧୫ରେ ବିବାହ କରିବେ ଦୀପିକା ଓ ରଣବୀର 

0

ମୁମ୍ବାଇ . – ଦୀପିକା ପାଦୁକନ ଓ ରଣବୀର ସିଂଙ୍କ ବିବାହକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଥାଏ । ଏହି ଦୁଇ  ଜଣଙ୍କୁ ଅନେକ ଇଭେଣ୍ଟ ସହ ଦେଶ ବିଦେଶରେ ଏକାଠି ଦେଖିବାକୁ ମିଳେ । ଏହି ଯୋଡି ଖୁବ ଶୀଘ୍ର ବିବାହ କରିବେ ବୋଲି ସୂଚନା ମିଳିଛି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୀପିକା ଓ ରଣବୀର ନଭେମ୍ବର ମାସରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି । ନଭେମ୍ବର ୧୪-୧୫ ତାରିଖରେ ଏହି ଦୁଇଜଣ ବିବାହ କରିବେ ବୋଲି ମିଳିତ ଭାବେ ଏକ ଲେଖାକୁ ଅଂଶୀଦାର କରିଛନ୍ତି ।

ଏଥିପାଇଁ ସେମାନେ ନିଜର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ସହ  ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ୨୦୧୩ ମସିହାରୁ ଏମାନଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା ।

Leave A Reply