ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ

0

କଟକ:ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍‍ www.bseodisha.ac.inରୁ ପରୀକ୍ଷା ଫଳ ଜାଣିପାରିବେ। ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠିତ ଉକ୍ତ ପରୀକ୍ଷାରେ ସମଗ୍ର ରାଜ୍ୟର ୩୧୩ଟି ହାଇସ୍କୁଲରୁ ୧୩,୭୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୩,୩୮୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ୩୯୭ ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିବାବେଳେ ୨୧୨ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବ୍ୟାଙ୍କିଙ୍ଗ, ଫାଇନାନ୍ସ ସର୍ଭିସ୍‍ ଆଣ୍ଡ ଇନ୍‍ସ୍ୟୁରାନ୍ସରେ ୧୪୬୪ ଜଣ, ଇନ୍‍ଫରମେସନ ଆଣ୍ଡ ଟେକ୍ନୋଲୋଜିରେ ୭୩୭୦ ଜଣ, ଟ୍ରାଭେଲ ଆଣ୍ଡ ଟୁରିଜିମ୍‍ରେ ୩୬୪୯ଜଣ, ରିଟେଲ୍‍ ମାର୍କେଟିଂରେ ୯୮୧ ଜଣ, ବିଉଟି ଆଣ୍ଡ ୱେଲ୍‍ନେସ୍‍ରେ ୫୦ଜଣ ଏବଂ ହେଲ୍‍ଥ କେୟାରରେ ୪୭୫ ଜଣ ରହିଛନ୍ତି।

Leave A Reply