ଦୀପାବଳିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପଦାନ

0

ସୁଆଣ୍ଡୋ : ମହାକାର୍ତ୍ତିକ ମାସ ଦୀପାବଳି ଓ ପୟା ଶ୍ରାଦ୍ଧ ଅବସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ଦୀପଦାନ କରାଯାଇଛି ।  ଦୀପାବଳି ଦିନ ଦୀପଦାନ କଲେ ପିତୃପୁରୁଷଙ୍କ ଠାରୁ ଆଶିଷ ପ୍ରାପ୍ତ ହୋଇଥାଏ ବୋଲି ଜନମାନସରେ ବିଶ୍ଵାସ ରହି ଆସିଛି । ଉତ୍କଳମଣି ସାମ୍ବାଦିକ ସଂଘ ପକ୍ଷରୁ ବିଜୟ କୁମାର ମହାପାତ୍ର, ଧୀରେନ୍ଦ୍ର ସେନାପତି, ମନ୍ଦିର ସେବାୟତ ସଂଘ ସଭାପତି ଲିଙ୍ଗରାଜ ମହାପାତ୍ର, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର, ଗୋପବନ୍ଧୁ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଓ ହାପି ରଥ, ଅଭିଜିତ ସେନାପତି, ଆଶିଷ କୁମାର ମହାପାତ୍ର, ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଦୀପଦାନ କରିଥିଲେ ।

Leave A Reply