ଦିଲ୍ଲୀବାସୀଙ୍କୁ ଘରେ ମିଳିବ ୧୦୦ ସେବା

0

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରୁ ନୂଆଦିଲ୍ଲୀ ବାସିନ୍ଦାଙ୍କ ଦୁଆର ମୁହଁରେ ମିଳିବ ୧୦୦ଟି ସେବା। ସମଗ୍ର ବିଶ୍ୱରେ ଏହା ପ୍ରଥମ ବୋଲି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ କହିଛନ୍ତି। ଦୁର୍ନୀତି ନିର୍ବାରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ଓ ଉତ୍ତମ ପ୍ରଶାସନର ସର୍ବୋତ୍କୃଷ୍ଟ ନମୁନା ବୋଲି କୁହାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦିଲ୍ଳୀବାସୀଙ୍କୁ ବିବାହ ପଞ୍ଜିକରଣ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ବା ଠିକଣା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାଣି ସଂଯୋଗ, ଡ୍ରାଇଭିଂ ଲାଇସେନ୍ସ ଆଦି ଘରେ ପହଞ୍ଚାଇ ଦିଆଯିବ। ଏଥିପାଇଁ ଅବଶ୍ୟ ସେମାନଙ୍କୁ ପ୍ରତି ସେବା ପିଛା ୫୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ।

Leave A Reply