ତାମିଲନାଡୁରେ ସଚିବାଳୟ କର୍ମଚାରୀଙ୍କୁ ଶାଢୀ ଓ ସାଧାରଣ କୁର୍ତା ପିନ୍ଧିବା ପାଇଁ ପରାମର୍ଶ

ଚେନ୍ନାଇ .- ତାମିଲନାଡୁରେ ସଚିବାଳୟର କର୍ମଚାରୀମାନଙ୍କୁ ଶାଢୀ ସହ , କୁର୍ତ୍ତା ଓ ପିନ୍ଧିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଧିକାଂଶ କର୍ମଚାରୀ ଏବେ ପାଶ୍ଚାତ୍ୟ ପୋଷାକ ପିନ୍ଧୁଥିବାରୁ ଏବେ ସରକାରଙ୍କ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ମହିଳାମାନଙ୍କୁ ଶାଢୀ କିମ୍ବା ଚୁଡିଦାର, ଶାଲଓ୍ୱାର ପଞ୍ଜାବୀ ଓ ଓଢଣୀ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯିବା ସହ ପୁରୁଷ କର୍ମଚାରୀଙ୍କୁ କୁର୍ତା ଓ ସାଧାରଣ ପ୍ୟାଣ୍ଟ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ଭାରତୀୟ ଓ ତାମିଲ ସଂସ୍କୃତିକୁ ସମ୍ମାନ ଦେଇ ପୋଷାକ ପରିଧାନ କରିବା ପାଇଁ ଏହି ପରାମର୍ଶ ଦିଆଯାଇଛି ।

Comments are closed.