ଡେବ୍ରିଗଡ଼ରେ ମହାବଳ ବାଘୁଣୀ

0

ସମ୍ବଲପୁର: ଡେବ୍ରିଗଡ଼ରେ ଗତ ପ୍ରାୟ ୨୦ବର୍ଷ ହେବା ପ୍ରାୟ ୨୨ଟି ଚିତାବାଘ ଚଳପ୍ରଚଳ କରୁଥିଲେ ହେଁ ମହାବଳ ବାଘ ଦେଖାଯାଇ ନ ଥିଲା। ତେବେ ଗତ ଦୁଇ ତିନିମାସ ହେବ ଏକ ମହାବଳ ବାଘୁଣୀକୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଚିହ୍ନଟ କରାଯାଇଛି। ହୀରାକୁଦ ବନଖଣ୍ଡ ପକ୍ଷରୁ ଏହି ବାଘୁଣୀକୁ ଏକାଧିକ ଥର ଦେଖାଯାଇଥିବା ବନଖଣ୍ଡ ପକ୍ଷରୁ କୁହାଯାଇଛି। ଗତ ଗ୍ରୀଷ୍ମ ଋତୁରେ ଏହି ବାଘ ହେମଗିର ଅଞ୍ଚଳରୁ ଚାଲି ଆସିଥିବା କୁହାଯାଉଛି।
ଏହି ବାଘୁଣୀଟି ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରଥମେ ଅଗଷ୍ଟ ୨୯ତାରିଖରେ ଠାବ କରାଯାଇଥିଲା। ତା ପୂର୍ବରୁ ଜୁନ୍‍ ମାସରେ ହେମଗିରି ଜଙ୍ଗଲରେ ଜଳାଭାବ ହେତୁ ହୀରାକୁଦ ନଦୀବନ୍ଧ ଭିତରେ ବାରପାହାଡ଼ ଜଙ୍ଗଲକୁ ପଶି ଆସିଥିଲା। ତା ପରେ ନିଜର ସୁରକ୍ଷିତ ବଳୟ ସୃଷ୍ଟି କରି ପାରିିଥିବାରୁ ଏଠାରୁ ଆଉ ମୂଳ ଜାଗାକୁ ଫେରି ପାରି ନାହିଁ। ଏହି ବାଘୁଣୀ ସହଜରେ ଶିକାର କରି ପାରୁଥିବାରୁ କୌଣସି ଅପ୍ରୀତିକର ଘଟଣା ଲୋକଲୋଚନକୁ ଆସି ନାହିଁ ବୋଲି ହୀରାକୁଦ ବନଖଣ୍ଡ ଡିଏଫଓ ସୁଦୀପ ନାୟକ କହିଛନ୍ତି। ସେ କହିଛନ୍ତି ଯେ, ମହାବଳ ବାଘମାନେ ନିଜର ଏକ କ୍ଷେତ୍ର ସୃଷ୍ଟି କରନ୍ତି। ପ୍ରଜନନ ସମୟ ଆସିଲେ ବାଘୁଣୀ ପୁରୁଷ ବାଘକୁ ସଂକେତ ଦିଏ ଏବଂ ପ୍ରଜନନ ପରେ ପୁଣି ପୃଥକ ହୋଇଯାଆନ୍ତି। ସମ୍ପ୍ରତି ୨୦୧୭ ବାଘ ଗଣନା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୨୫ ମଧ୍ୟରେ କ୍ୟାମେରା ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣକାରୀ ଦଳ ଏହି ବାଘକୁ ଠାବ କରାଯାଇଥିବା କୁହାଯାଉଛି।

Leave A Reply