ଟ୍ରେନ ଲାଇନ କଡରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

0

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଉକଚାବେଡା ଗ୍ରାମ ନିକଟ ଟ୍ରେନ ଲାଇନ କଡରେ ଜଣଙ୍କ ମୃତଦେହ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଜଣା ପଡିନାହିଁ। କୌଣସି ଟ୍ରେନ ଧକ୍କାରେ ଅଚିହ୍ନା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଟ୍ରେନ ଲାଇନ କଡରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply