ଟିଡିପି ସାଂସଦଙ୍କ ଘରେ ଆଇଟି ଚଢ଼ଉ

0

ହାଇଦ୍ରାବାଦ:ତେଲୁଗୁ ଦେଶମ୍‍ ପାର୍ଟି(ଟିଡିପି) ସାଂସଦ ସି ଏମ୍‍ ରମେଶଙ୍କ ପରିବାରର ମାଲିକାନାରେ ଥିବା ରିଥୱିକ୍‍ ପ୍ରୋଜେକ୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ମୁଖ୍ୟ କାର୍ଯ୍ୟାଳୟ ଓ ଶାଖା ସମେତ ତାଙ୍କ ବାସଭବନ ଉପରେ ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ଉ କରାଯାଇଛି। ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରମେଶ ଜଣାଶୁଣା। ତାଙ୍କର ୧୨ଟି ବାସଭବନ ଓ ୫ଟି ଶାଖା କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି।
୨୦୦୩ରେ ମାତ୍ର ୬୧ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ରମେଶଙ୍କ ବ୍ୟବସାୟିକ ସାମ୍ରାଜ୍ୟର ୨୦୧୬-୧୭ରେ କାରବାର ୧୩୫୭ କୋଟି ଟଙ୍କା ଥିଲା। ୪୦ ହଜାର ବର୍ଗଫୁଟ୍‍ ଉପରେ ନିର୍ମିତ ରମେଶଙ୍କ ବିଳାସପୂର୍ଣ୍ଣ ୪ ମହଲା କୋଠା ରହିଛି। ତାଙ୍କ ସଂସ୍ଥା ୭୮୭ କୋଟି ଟଙ୍କା ବ୍ୟୟରେ ଉତ୍ତରାଖଣ୍ଡର କୋଟେଶ୍ୱର ହାଇଡ୍ରୋ ଇଲେକ୍ଟ୍ରିକ୍‍ ପ୍ରୋଜେକ୍ଟ ଓ ୮୦୫ କୋଟି ଟଙ୍କା ବ୍ୟୟରେ ଆନ୍ଧ୍ର ପ୍ରଦେଶର ପିଭିଏନ୍‍ଆର ଥୁପାକୁଲାଗୁଡମ୍‍ ପ୍ରକଳ୍କ ନିର୍ମାଣ କରିଥିବା ବେଳେ ନିକଟରେ ୧୬୦୦ କୋଟି ଟଙ୍କା ବ୍ୟୟରେ ଅନନ୍ତପୁରମ୍‍ର ଏଚ୍‍ଏନ୍‍ଏସ୍‍ଏସ୍‍ ପ୍ରକଳ୍ପ ନିର୍ମାଣ କାମ ତାଙ୍କ କମ୍ପାନୀକୁ ଦିଆଯାଇଛି।

Leave A Reply