ଝାରସୁଗୁଡା ଜେଲରେ ବିଚାରଧୀନ କଏଦୀ ମୃତ୍ୟୁ

0

ଝାରସୁଗୁଡା: ମଙ୍ଗଳବାର ସକାଳୁ ଝାରସୁଗୁଡା ସବ ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ନାମ ବିନୋଦ କିଷାନ। ସବ୍ ଜେଲରେ କଏଦୀମାନେ ପ୍ରାର୍ଥନା ସାରିବା ପରେ ବିନୋଦଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିଥିଲା ।ଜେଲ କର୍ତ୍ତୃପକ୍ଷ ବିନୋଦକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ବିନୋଦକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲା ବଡ଼ମାଲ ଥାନା ଅନ୍ତର୍ଗତ ମୁଡକାଧୁଡ଼ା ଗାଁର ବିନୋଦ ଏକ ମାମଲାରେ ଗତ ୧୮ ଜୁନ ୨୦୧୪ ରୁ ବିଚାରାଧୀନ କଏଦୀ ଭାବେ ଝାରସୁଗୁଡା ସବ୍ ଜେଲରେ ରହି ଆସୁଥିଲେ ।

Leave A Reply