ଜିମ୍‌ର ନୂଆ ପରମ୍ପରା ‘ପ୍ରପୋଜାଲ୍ ସେପ୍ ଚ୍ୟାଲେଞ୍ଜ’ !

0

ଏବର ଯୁବକଯୁବତୀ ନିଜ ସ୍ବାସ୍ଥ୍ୟ, ଶରୀରଗଠନକୁ ନେଇ ଖୁବ୍ ସଚେତନ। ଗତ ଦେଢ଼ ବର୍ଷ ହେଲା ଭାରତର ପ୍ରମୁଖ ମହାନଗରୀ ଦିଲ୍ଲୀ, ମୁମ୍ବଇ, କଲକାତାରେ ଥିବା ଜିମ୍‌ଗୁଡ଼ିକରେ ଏକ ନୂଆ ପରମ୍ପରା ଆରମ୍ଭ ହୋଇଛି। ଜିମ୍‌ରେ ଥିବା ପ୍ରଶିକ୍ଷକମାନେ ଏ ବାବଦରେ ଗଣମାଧ୍ୟମକୁ ସ୍ପଷ୍ଟ ସୂଚନା ଦେଇଛନ୍ତି। ନିର୍ବନ୍ଧ ଅବା ବିବାହ ତାରିଖ ସ୍ଥିର ହେବା ପରେ ଯୁବପିଢ଼ି ଜିମ୍‌କୁ ଧାଉଁଛନ୍ତି। କାରଣ ସେମାନଙ୍କୁ ଶରୀର ଗଠନ ସୁନ୍ଦର କରିବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିବାର ଅଛି। ଦିଲ୍ଲୀ ଓ ମୁମ୍ବଇରେ ଜିମ୍‌ରେ ଏହି ନୂତନ କାର୍ଯ୍ୟକୁ ‘ପ୍ରପୋଜାଲ୍ ସେପ୍ ଚ୍ୟାଲେଞ୍ଜ’ ନାମରେ ଜଣାଯାଉଛି। ବିବାହ ପୂର୍ବରୁ ଶରୀର ଗଠନ କିଭଳି ହେବା ଆବଶ୍ୟକ, ଏ ବାବଦରେ ଧୁରୀଣ ପ୍ରଶିକ୍ଷକ ମଧ୍ୟ ଉତ୍ତମ ତାଲିମ ଦେଉଛନ୍ତି। ଅନିତା ନାମ୍ନୀ ଦିଲ୍ଲୀର ଯୁବତୀ କହିଛନ୍ତି ବିବାହ ଫଟୋରେ ଭଲ ଦେଖାଯିବା ପାଇଁ ସେ ନିଜ ଶାରୀରିକ ଗଠନକୁ ନେଇ ଚିନ୍ତିତ ଥିଲେ। ଏଣୁ ସେ ଜିମ୍‌ ଯାଇ ଏହି ନୂଆ ଚ୍ୟାଲେଞ୍ଜ୍‌ରେ ନାମାଙ୍କନ କରାଇଛନ୍ତି। ୧୫ ଦିନରୁ ୩ ମାସ ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ଏଥିପାଇଁ ତାଲିମ ଦିଆଯାଉଥିବାର ପ୍ରକାଶ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ମୁମ୍ବଇ ଓ ଦିଲ୍ଲୀର ସଂଖ୍ୟାଧିକ ଯୁବପିଢ଼ି ଏହି ଚ୍ୟାଲେଞ୍ଜ୍‌ରେ ସାମିଲ ହୋଇଛନ୍ତି। ୧୫ଦିନର ପ୍ରଶିକ୍ଷଣ ନେବାକୁ ଚାହୁଁଥିଲେ, ଦେୟ ୯-୧୨ହଜାର ଟଙ୍କା ଥିବାବଳେ ଅଧିକ ସମୟର ପ୍ୟାକେଜ୍ ୨୫-୪୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

Leave A Reply