ଜାଣନ୍ତୁ କେତେ କାର ଚୋରି କରିଛନ୍ତି ଏହି ଗ୍ୟାଙ୍ଗ

0

ନୂଆଦିଲ୍ଳୀ: ମୋଟର ସାଇକେଲ୍‍ କିମ୍ବା କାର ଚୋରି ଗ୍ୟାଙ୍କ ସମ୍ପର୍କରେ ଆମେ ଶୁଣିଛେ। ବଡ଼ ବଡ଼ ଗ୍ୟାଙ୍ଗ ଅତିବେଶୀରେ କେତୋଟି କାର ଚୋରି କରିପାରିବେ। ଏ ବିଷୟରେ କିଛି ଅନୁମାନ କରିପାରୁଛନ୍ତି କି? ଆପଣଙ୍କ ସବୁ ଅନୁମାନ ଭୁଲ୍‍ ସାବ୍ୟସ୍ତ ହେବ ଯଦି ଆପଣ ଏକ ହାଇଟେକ୍‍ ଚୋର ଗ୍ୟାଙ୍ଗର କାର୍ଯ୍ୟକଳାପ ବିଷୟରେ ଶୁଣିବେ।
ଏକ କାର ଚୋର ଗ୍ୟାଙ୍ଗ ୫ ବର୍ଷ ମଧ୍ୟରେ ଦିଲ୍ଲୀରୁ ୫୦୦ଟି ବିଳାସପୂର୍ଣ୍ଣ କାର ଚୋରି କରିଛନ୍ତି। ପୁଲିସ ହାତରେ ଧରାପଡ଼ିବା ପରେ ସେମାନେ ଚୋରି କରିଥିବା ସ୍ୱୀକାର କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, କେବଳ ଦିଲ୍ଲୀରୁ ବର୍ଷକୁ ୧୦୦ ବିଳାସପୂର୍ଣ୍ଣ କାର ଚୋରି କରିବା ପାଇଁ ଗ୍ୟାଙ୍ଗର ଲିଡର ସଫରୁଦ୍ଦିନ ଯୋଜନା କରିଥିଲା। କେତେକ ସହଯୋଗୀଙ୍କ ସହାୟତାରେ ସେ ଏହି ଯୋଜନାକୁ ସାକାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। କାର ଚୋରି କରିବା ପାଇଁ ସେ ହାଇଦ୍ରାବାଦ୍‍ରୁ ଦିଲ୍ଲୀକୁ ବିମାନରେ ଆସୁଥିଲା। ଲାପ୍‍ଟପ୍‍ ସହାୟତାରେ କାରର ସୁରକ୍ଷା ବ୍ୟବସ୍ଥାକୁ ଅକାମୀ କରି ଗ୍ୟାଙ୍ଗର ସଦସ୍ୟମାନେ କାର ଚୋରି କରୁଥିଲେ। ସଫରୁଦ୍ଦିନ ସମ୍ପର୍କରେ ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଗତ ୩ ତାରିଖ ଦିନ ସଫରୁଦ୍ଦିନ ଏକ କାର ଚୋରି କରି ଚାଲିଯାଉଥିବା ସମୟରେ ଦିଲ୍ଳୀର ଇନ୍ସପେକ୍ଟର ନୀରଜ ଚୌଧୁରୀ ଓ ସବ୍‍ଇନ୍ସପେକ୍ଟର କୁଲଦୀପ ଦିଲ୍ଲୀର ଗଗନ ସିନେମା ହଲ୍‍ ନିକଟରେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଫରୁଦ୍ଦିନ ଓ ସାଥୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିର ପାଲଟା ଗୁଳିରେ ତାର ଜଣେ ସହଯୋଗୀ ନିହତ ହୋଇଥିଲା। ପ୍ରାୟ ୫୦ କିମି ପିଛା କରିବା ପରେ ପୁଲିସ ସଫରୁଦ୍ଦିନକୁ ତାର ଜଣେ ସହଯୋଗୀକୁ ପୁଲିସ ଗିରଫ କରିଥିଲା।

Leave A Reply