ଜଙ୍ଗଲ ବିଭାଗ ଦ୍ଵାରା ବେଆଇନ କରତ କଳ ଉପରେ ଚଢଉ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତ କଳକୁ ପୁରୀ ଡିଏଫଓଙ୍କ ନିର୍ଦ୍ଦେଶରେ ଜବତ କରାଯାଇ ଥିବା ଜଣାପଡିଛି । ମଙ୍ଗଳବାର ସକାଳେ କୋଣାର୍କ ୱାଇଲ୍ଡ ଲାଇଫ ଡିଭିଜନ ବାଲୁଖଣ୍ଡ ଜଙ୍ଗଲ ବିଭାଗ ଗୋପ ବ୍ରହ୍ମଗିରି ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ କୋଡ଼ିଏ ଜଣ ବନ୍ଧୁକ ଧାରୀ ପୁଲିସ ଉକ୍ତ କରତ କଳ ଉପରେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ କରତ କଳର ଯନ୍ତ୍ରାଂଶ ଓ ସେଠାରେ ଥିବା କାଠ ଗୁଡିକ ଏସି ଏଫ୍ ରବୀନ୍ଦ୍ର ନାଥ ମହାପାତ୍ର ଜବତ କରିଥିବା ସୂଚନା ଦେଇଛନ୍ତି। 

Leave A Reply