ଜଙ୍ଗଲରେ କାଠ ଆଣିବା ସମୟରେ ବଚସା; ଜଣକୁ ହତ୍ୟା ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନଥାନା ଅନ୍ତର୍ଗତ ପୁରୁଣାପଡା ଗ୍ରମାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସୂଚନା ଅନୁସାରେ ଦେବେନ୍ଦ୍ର ବେହେରା(୩୦) ଓ ଅନ୍ୟ ୭ଜଣ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଦେବେନ୍ଦ୍ରଙ୍କ ସହ ଅନ୍ୟ ୭ଜଣଙ୍କର ବଚସା ହୋଇଥିଲା। ପରେ ସେମାନେ ଅନ୍ୟ ସମସ୍ତେ ଦେବେନ୍ଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଛି।

Comments are closed.