ଚାକିରି ନାହିଁ, ସଂରକ୍ଷଣ କଥା ଉଠୁଛି କେଉଁଠୁ: ଗଡ଼କରୀ

0

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ସୁଯୋଗ ସଂକୁଚିତ ହୋଇଥିବା ବେଳେ ସଂରକ୍ଷଣ ପ୍ରସଙ୍ଗ ମୂଲ୍ୟହୀନ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ବିକାଶ ମନ୍ତ୍ରୀ ନୀତୀନ ଗଡ଼କରି। ମରାଠା ସଂରକ୍ଷଣ ଆନ୍ଦୋଳନ ସମ୍ପର୍କରେ ମତ ଦେଇ ଗଡ଼କରି କହିଛନ୍ତି ଯେ ଏବେ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ହିଁ ସବୁଠାରୁ ବଡ଼ ସମସ୍ୟା। ସଂରକ୍ଷଣ ସୁବିଧା ଏହି ସମସ୍ୟାର ସମାଧାନ ନୁହେଁ। ସରକାର ଯଦିବା ପ୍ରତିଟି ସମ୍ପ୍ରଦାୟର ସଂରକ୍ଷଣ ପାଇଁ ରାଜି ହୁଅନ୍ତି ତେବେ ବି ତାହା ମୂଲ୍ୟହୀନ ହୋଇପଡ଼ିବ। ନିଯୁ୍‍କ୍ତି ସୁଯୋଗ ସୃଷ୍ଟି ଓ ମୁଣ୍ଡପିଛା ଆୟ ବୃଦ୍ଧି ହିଁ ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ୱାନ ଓ ସମସ୍ୟାର ସମାଧାନ। ତେଣୁ ସମସ୍ତେ ଏହି ସମସ୍ୟା ଓ ଆହ୍ୱାନ ପ୍ରତି ଯତ୍ନଶୀଳ ହେବାକୁ ଗଡ଼କରୀ ପରାମର୍ଶ ଦେଇଛନ୍ତି।

Leave A Reply