ଘରେ ରହିପାରିବେ କରୋନା ସଂକ୍ରମିତ ; ପାଳନ କରିବେ ଏହି ମାର୍ଗଦର୍ଶୀକା

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତି ବିଶେଷ ଘରେ କିଭଳି ପୃଥକ୍‍ ଭାବେ ରହିବେ ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶୀକା ଜାରି କରିଛି। ବିଦେଶକୁ ଗସ୍ତ କରିଥିବା ବା ନକରିଥିବା କୌଣସି ବ୍ୟକ୍ତିବିଶେଷ ଯଦି କରୋନା ଭୂତାଣୁ ବା କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଏ ତେବେ ସେମାନେ ନିଜକୁ ପୃଥକ୍‍ ଭାବେ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

ଘରେ ପୃଥକ୍ଭାବେ ରହୁଥିବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଭଲଭାବେ ବାୟୁ ଚଳାଚଳ କରୁଥିବା ଘରେ ରହିବା ସହ ସେହି ଘର ସହିତ ସଂଲଗ୍ନ ବା ପୃଥକ୍ଭାବେ ଥିବା ଶୌଚାଳୟ ବ୍ୟବହାର କରିବା ଆବଶ୍ୟକ

ଯଦି ସେହି ଘରେ ଅନ୍ୟକୌଣସି ପରିବାର ସଦସ୍ୟ ରହିବାକୁ ଚାହାନ୍ତି ତେବେ ସେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅତି କମରେ ମିଟରରୁ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ

ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି କିମ୍ବା ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଛୋଟପିଲା ଏବଂ ଅନ୍ୟ କୌଣସି ରୋଗଗ୍ରସ୍ତ ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଆବଶ୍ୟକ

କୌଣସି ପରିସ୍ଥିତିରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତି ବିବାହ ବା ଶୋକସଭା ଭଳି କୌଣସି ସାମାଜିକ ବା ଧାର୍ମିକ କାର୍ଯ୍ୟରେ ଯୋଗଦେବା ଉଚିତ୍ନୁହେଁ

ଏଥିସହ ସେ ବାରମ୍ବାର ସାବୁନ୍‍, ସାନିଟାଇଜର କିମ୍ବା ପାଣିରେ ହାତ ଧୋଇବା ଭଳି ସ୍ୱାସ୍ଥ୍ୟ ସଚେତନତା ପାଳନ କରିବା ଆବଶ୍ୟକ

ସଂକ୍ରମିତ ବ୍ୟକ୍ତି ସବୁ ସମୟରେ ଏକ ସର୍ଜିକାଲ ମାସ୍କ ପିନ୍ଧିବା ଆବଶ୍ୟକ ଏବଂ ପ୍ରତି ୬ରୁ ୮ଘଣ୍ଟା ମଧ୍ୟରେ ଏହି ମାସ୍କ ବଦଳାଇବା ଉଚିତ୍

କାଶ, ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କଲାଭଳି ଲକ୍ଷଣ ଦେଖାଦେଲେ ସଂପୃକ୍ତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ପଲାଇନ୍ନମ୍ବର ଜାରି କରାଯାଇଛି, ନମ୍ବରଟି ହେଉଛି ୦୧୧୨୩୯୭୮୦୪୬

ସଂକ୍ରମିତ ବ୍ୟକ୍ତି ନିଜ ଘରେ ପୃଥକ୍‍ଭାବେ ୧୪ଦିନ ପର୍ଯ୍ୟନ୍ତ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.