ଗିନି ଚତ୍ରଥଙ୍କୁ ବିବାହ କଲେ କପିଲ ଶର୍ମା

0

ଜଳନ୍ଧର: ଲୋକପ୍ରିୟ ହାସ୍ୟ କଳାକାର ତଥା ଟିଭି ରିୟଲିଟି କାର୍ଯ୍ୟକ୍ରମ ତାରକା କପିଲ ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୀର୍ଘ ଦିନର ବାନ୍ଧବୀ ଗିନି ଚତ୍ରଥଙ୍କୁ ଜଳନ୍ଧରଠାରେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହି ଉତ୍ସବରେ ବନ୍ଧୁ ପରିଜନଙ୍କ ସହିତ ହାତଗଣତି ଅତିଥି ଉପସ୍ଥିତ ଥିଲେ। ପୂର୍ବରୁ ଅମୃତସରସ୍ଥିତ ମାତାକି ଚୌକିଠାରେ ପ୍ରାକ୍‌ ବିବାହ କାର୍ଯ୍ୟକ୍ରମ ସହିତ ମେହନ୍ଦି ଓ ସଙ୍ଗୀତ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର, ୧୪ତାରିଖରେ ଅମୃତସରଠାରେ ବିବାହ ଭୋଜି ଆୟୋଜନ କରାଯାଇଛି।

Leave A Reply