ଗାଜଲବାଡିରୁ ମୃତଦେହ ଉଦ୍ଧାର, ଏବେ ବି ୩ ନିଖୋଜ

0

ସୋରଡା: ଗତ ୧୦ ତାରିଖ ପ୍ରଳୟଙ୍କରୀ ବନ୍ୟାରେ ସୋରଡା ବ୍ଲକ୍‍ ଗାଜଲବାଡି ପଞ୍ଚାୟତର ଭୂତପଙ୍କାଳ ଗ୍ରାମର ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ୨ଜଣ ପ୍ରଫୁଲ ମଳିକ ଓ ରଜନୀ ମଳିକଙ୍କ ମୃତଦେହ ମିଳିଥିବା ବେଳେ ଆଜି ନକୁଳଙ୍କ ଶବ ଉଦ୍ଧାର କରାଯାଇଛି।
ଭୂତପଙ୍କାଳ ଗ୍ରାମର ବିଜୟ ମଳିକ ତାଙ୍କ ସ୍ତ୍ରୀ ରଜନୀ ମଳିକ,
ପୁଅ ମଧୁ ମଳିକ ଓ ବୋହୂ ପପି ମଳିକଙ୍କ ସହିତ ନିକଟରେ ରହୁଥିବା ନକୁଳ ମଳିକ ଓ ଗାଈ ଚରାଳି ଆମ୍ବକଣ ଗ୍ରାମର ପ୍ରଫୁଲ ମଳିକ ବନ୍ୟା ଜଳରେ ଭାସି ଯାଇଥିଲେ। ୧୧ ତାରିଖରେ ପ୍ରଫୁଲ ମଳିକଙ୍କ ମୃତଦେହ ମିଳିଥିବା ବେଳେ ୧୪ ତାରିଖରେ ନିକଟସ୍ଥ ନାଳରୁ ରଜନୀ ମଳିକଙ୍କ ମୃତଦେହ ମିଳିଥିଲା। ଆଜି ଘଟଣାସ୍ଥଳରୁ ପ୍ରାୟ ୩ କି.ମି. ଦୂର ଗାଜଲବାଡ଼ି ନିକଟରୁ ନକୁଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟିକୁ ବାଲିରେ ପୋତି ହୋଇ ରହିଥିବା କିଛି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସ୍ଥାନୀୟ ବାସିନ୍ଦା ଓ ମୃତକଙ୍କ ସମ୍ପର୍କୀୟଙ୍କ ସହାୟତାରେ ପୁଲିସ କର୍ମଚାରୀମାନେ ଶବକୁ ବାହାର କରିଥିଲେ। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ପଠାଯାଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ ପ୍ରକାଶ କରିଛନ୍ତି।
ଗାଜଲବାଡିରୁ ମୃତଦେହ…

Leave A Reply