ଖୁବ୍‌ଶୀଘ୍ର ବିଜେଡିକୁ ମିଳିବ ଜନାଦେଶ ଫଳ: ବିଜେପି

0

ଭୁବନେଶ୍ବର: ପାଞ୍ଚଟି ରାଜ୍ୟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ତଥା ଜନାଦେଶକୁ ରାଜ୍ୟ ବିଜେପି ସ୍ବାଗତ କରିଛି। ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଏହା ବିଜେପି ପାଇଁ ନୈରାଶ୍ୟଜନକ ଫଳାଫଳ ହୋଇଥିଲେ ହେଁ ଓଡ଼ିଶା କ୍ଷେତ୍ରରେ ଖୁବଶୀଘ୍ର ଏଭଳି ଏକ ଜନାଦେଶ ଫଳ ଆସିବ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଯେଭଳି ସରକାର ବିରୋଧୀ ଜନମତ ପ୍ରତିଫଳିତ ହୋଇଛି ଓଡ଼ିଶାରେ ଠିକ୍ ବିଜେଡି ସରକାର ପାଇଁ ସେହି ପରିସ୍ଥିତି ଉପୁଜିବ।
ସେ କହିଛନ୍ତି ଯେ ଗତ ୨୦ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ତା’ର ଭ୍ରଷ୍ଟାଚାର ଓ ଦୁର୍ନୀତି କରି ଚାଲିଛି। ଚିଟ୍‌ଫଣ୍ଡ ଓ ଖଣିଲୁଟ୍ ଠାରୁ ଆରମ୍ଭ କରି ଆମ ଗାଁ ଆମ ବିକାଶ ଯୋଜନା, ବିଜୁ ଯୁବ ବାହିନୀ ଭଳି ବହୁ ଯୋଜନାରେ ବିପୁଳ ପରିମାଣର ଦୁର୍ନୀତି କରିଛି। ଏସବୁ ଲୋକେ ବୁଝି ଗଲେଣି। ଆଉ ୫ମାସ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ସମଦଶା ଭୋଗିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply