ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀ ଗୋପୀନାଥ ; ମନ୍ଦିରରେ ଭକ୍ତଙ୍କ ଗହଳି

ଚୁଡାଘଷାରେ ମହକିଲା ମନ୍ଦିର ପରିସର

ସୁଆଣ୍ଡୋ : ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ  ଶୁକ୍ରବାର ବଡ ଏକାଦଶୀରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଦୈନିକ ଦେବନୀତି ପରେ ଠାକୁରଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ରତ୍ନ ସିଂହାସନରେ ମହାପ୍ରଭୁ ହାତରେ ସୁବର୍ଣ୍ଣ ବଂଶୀ ମଥାରେ କିରୀଟି ଆଙ୍ଗୁଠିରେ ହିରାର ମୃଦ୍ରିକା ଅଳଙ୍କାର ମାନ ପିନ୍ଧି ତୁଳସୀମାଳ ଲାଗି ହୋଇ ଶ୍ରୀରାଧା ଠାକୁରାଣୀଙ୍କ ସହିତ ଲକ୍ଷ୍ମିନାରାୟଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ମନ୍ଦିର ପରିସର ପାଟ ଅଗଣାରେ ମାନସିକ ଧାରୀ ମାନେ ପ୍ରସିଦ୍ଧ ଚୁଡାଘଷା ପ୍ରସ୍ତୁତ କରି ପାଚିଲା କଦଳୀ ସହ ଫଳମୂଳ ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା । ହବିଷିଆଳି ମାନେ ଅଁଳା ବୃକ୍ଷମୂଳରେ ହରିବୋଲ ହୁଳହୁଳି ଦେଇ ଧୂପ ଦୀପ ସହିତ ଭୋଗ କରିଥିଲେ । ଗ୍ରାମାଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ଦଳ ଦଳ ହୋଇ ହରିନାମ ଗାନ କରି ମନ୍ଦିରକୁ ଆସିଥିଲେ । ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ଷା ଓ କୋହଲା ପାଗ ଯୋଗୁ ସବୁବର୍ଷ ପରି ଚଳିତ ବର୍ଷ ଗହଳି କମ୍ ରହିଛି।  । ଏହା ସହ ଏଠାରେ ପଞ୍ଚଶଖା ପଡିଆରେ ପଲ୍ଲୀଶ୍ରୀ ମେଳା ପଡିଛି।

Comments are closed.