କାଶ୍ମୀରର ପ୍ରଥମ ମୁସଲିମ୍‍ ମହିଳା ପାଇଲଟ୍‍

0

ଶ୍ରୀନଗର: ଇରାମ୍‍ ହବିବ୍‍ କାଶ୍ମୀରର ପ୍ରଥମ ମୁସଲିମ୍‍ ମହିଳା ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ୩୦ ବର୍ଷୀୟା ମହିଳା ଜଣକ ଆସନ୍ତା ମାସରେ ଏକ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥାରୁ ନିଜ କ୍ୟାରିୟର ଆରମ୍ଭ କରିବେ। ଇରାମ୍‍ କିନ୍ତୁ କାଶ୍ମୀରର ପ୍ରଥମ ମହିଳା ପାଇଲଟ୍‍ ନୁହନ୍ତି। କାଶ୍ମୀରୀ ପଣ୍ଡିତ ତନ୍‍ଭି ରାଇନା ୨୦୧୬ରେ କାଶ୍ମୀରର ପ୍ରଥମ ମହିଳା ପାଇଲଟ୍‍ ଭାବେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ସେହିପରି ଗତ ବର୍ଷ ଏପ୍ରିଲ୍‍ ମାସରେ କାଶ୍ମୀରର ୨୧ବର୍ଷ ବୟସ୍କା ଆୟେଶା ଅଜିଜ୍‍ ପ୍ରଥମ ସର୍ବକନିଷ୍ଠ ଷ୍ଟୁଡେଣ୍ଟ ପାଇଲଟ୍‍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସାରାହ ହମିଦ ଅହମ୍ମଦ ଦେଶର ପ୍ରଥମ ମୁସଲିମ୍‍ ପାଇଲଟ୍‍ ଭାବେ ମାନ୍ୟତା ପାଇଛନ୍ତି।

Leave A Reply