କାଳ ବୈଶାଖିରେ ଉଡିଲା ଘରର ଛାତ, ଏବେ ଅସହାୟ ପରିବାର

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳ ବୈଶାଖି ପ୍ରଭାବରେ ଏକା ସାଙ୍ଗରେ ଦେଖା ଦେଇଥିଲା ବର୍ଷା, ପବନ ଓ ଘଡଘଡିର ପ୍ରଭାବ। ମାତ୍ର ୧୫ ମିନିଟର ବର୍ଷା, ପବନ ଓ ଘଡଘଡି ଥୁଆମୁଳ ରାମପୁର ଅଞ୍ଚଳ ପାଇଁ ବିପର୍ଯ୍ୟୟ ଆଣି ଦେଇଛି। ଘଡଘଡିର ପ୍ରଭାବରୁ ଅଳ୍ପକେ ୪ ଜଣ ବର୍ତ୍ତିଯାଇଥିବା ବେଳେ ଏହି କାଳ ବୈଶାଖିର କରାଳ ପବନରେ ଜାକେଶପଦର ଗ୍ରାମର ବୈରାଗୀ ନାଏକଙ୍କ ଘରର ଆଜବେଷ୍ଟସ୍‍ ଛାତ ଉଡି ଯାଇଛି। କେବଳ ବୈରାଗୀଙ୍କ ଘର ଛାତ ନୁହେଁ ଅନ୍ୟ ବହୁ ଲୋକଙ୍କ ଘରର ଛାତ ସମେତ ଗଛ ଓ ଗଛ, ଡାଳ ସବୁ ଭାଙ୍ଗି ଯାଇଛି। ଏହାସହ ବିଦ୍ୟୁତ୍‍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଘରର ଛାତ ଉଡି ଥିବା ବୈରାଗୀଙ୍କ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି। କେବେ ଓ କେମିତି ତାଙ୍କ ଘର ଛାତ ସଜାଡିବେ ସେହି ଚିନ୍ତାରେ ପରିବାର ଲୋକ। ତେଣୁ ତୁରନ୍ତ ଏହି ପରିବାରର ଘର ସଜାଡିବା ପାଇଁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.