କାନ୍ଥ ପଡ଼ି ଶିଶୁ କନ୍ୟା ମୃତ

0

ଢେଙ୍କାନାଳ: ଢେଙ୍କାନାଳ ଜିଲାରେ କାନ୍ଥ ପଡି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଗଁଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପସି ଗ୍ରାମର ପ୍ରଫୁଲ୍ଲ ଭୋଇ ଙ୍କ ପତ୍ନୀ ଓ ତାଙ୍କ ଝିଅ ଇତିଶ୍ରୀ ଭୋଇ (୫)  ମଙ୍ଗଳବାର ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ଭୁଶୁଡି ଇତିଶ୍ରୀ ଗୁରୁତର ଆହତ ହୋଇଥିଲେ। ଇତିଶ୍ରୀଙ୍କୁ ବରପଦା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ଟର ସେଠାରେ ଇତିଶ୍ରୀକୁ ମୃତ ଘୋଷଣା କରିଥିଲେ। ମାଆ ଅଳ୍ପକେ ବଞ୍ଚିଯାଇଛନ୍ତି।

 

Leave A Reply