କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : ମଙ୍ଗଳବାର ପ୍ରଥମ ପର୍ୟ୍ୟାୟ ନିର୍ବାଚନର ଶେଷ ଦିନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାଠାରେ କଳାହାଣ୍ଡି ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ନିଜ ଦଳର ପ୍ରାର୍ଥୀ ମାନଙ୍କର ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । କଳାହାଣ୍ଡି ଲୋକସଭା ଓ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ କରିଥିଲେ ।

Comments are closed.