କଠୁଆ ଅନାଥାଶ୍ରମରୁ ୧୯ ପିଲା ଉଦ୍ଧାର

0

କଠୁଆ: ଜାମ୍ମୁ-କାଶ୍ମୀର କଠୁଆ ଜିଲା ପୁନର୍ବାର ଚର୍ଚ୍ଚାକୁ ଆସିଛି। ଦୁଇ ଦୁଇଟି ନାବାଳିକା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ କଠୁଆ ଦେଶବ୍ୟାପୀ ନିନ୍ଦିତ ହୋଇଥିବାବେଳେ ସାନି ଖବରରେ ଏକ ଅନାଥାଶ୍ରମରୁ ୧୯ଜଣଙ୍କ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୮ ନାବାଳିକା ଅଛନ୍ତି। ସମସ୍ତଙ୍କ ବୟସ ୫ରୁ ୧୬ମଧ୍ୟରେ ଓ ସେମାନେ ଜାମ୍ମୁ, ହିମାଚଳ ପ୍ରଦେଶ ତଥା ପଞ୍ଜାବର ବୋଲି ପୁଲିସ କହିଛି। ଉଦ୍ଧାର ପରେ ସେମାନଙ୍କୁ ସରକାରୀ ଆଶ୍ରୟ ଗୃହରେ ରଖାଯାଇଛି। ଏହି ଅନାଥାଶ୍ରମରେ ମୋଟ ୨୧ ପିଲା ଥିଲାବେଳେ ଦୁଇ ଜଣ ଏକ ବିବାହ ଉତ୍ସବରେ ଯୋଗାଦେବା ପାଇଁ ପଠାନ୍‍କୋଟ ଯାଇଥିଲେ। ଅନାଥାଶ୍ରମରେ ପିଲାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଖବର ମିଳିବା ପରେ ପୁଲିସ ଓ ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇଥିଲା। ପୁଲିସ ଅନାଥାଶ୍ରମର କେରଳୀ ମୁଖ୍ୟ ଆଣ୍ଟୋନି ଥୋମାସଙ୍କୁ ଗିରଫ କରିଛି। ତେବେ ଥୋମାସ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଅପରପକ୍ଷରେ ଏହି ଘଟଣା ନେଇ ବିଭିନ୍ନ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Leave A Reply