କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ

0

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ରାୟଖଣ୍ଣି ପଞ୍ଚାୟତର ବଢେଇ କେରା ଗ୍ରାମରେ ରବିବାର ସନ୍ଧ୍ୟାରେ କଂଗ୍ରେସ ଦଳ ତରଫରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ । ସତ୍ୟବାଦୀରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ । ଯୁବକମାନେ ଆଗକୁ ଆଗେଇ ଆସି କଂଗ୍ରେସ ଦଳ କିପରି ହୃତ ଗୌରବ ଫେରି ପାଇବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ଏକ ପ୍ରସ୍ଥାବ ଗୃହୀତ ହୋଇଥିଲା ।  ଯୁବ କଂଗ୍ରେସ ଯୁଗ୍ମ ସଭାପତି ଭାବେ ତପନ ଲୋଚନ ମହାନ୍ତି ଓ ତପନ ବେଜଙ୍କୁ ମନୋନୀତ କରାଯାଇଥିଲା । ଏଠାରେ ଦୁଇଶହରୁ ଅଧିକ କଂଗ୍ରେସ କର୍ମୀମାନଙ୍କ ସମାବେଶ ହୋଇଥିଲା । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ମଲ୍ଲିକ ସମିତି ସଭ୍ୟ କୃଷ୍ଣ ବରାଳ, ଅମୂଲ୍ୟ ଜେନା, ଦେବ ଲୋଭାନ, ପ୍ରଭାକର ପ୍ରଧାନ, ଶରତ ମାଝୀ, ପ୍ରଦ୍ୟୁମ୍ନ ସିଂହ, ସୁଦର୍ଶନ ନାୟକ ପ୍ରମୁଖ ଯୋଗଦେଇ ଦେଇଥିଲେ । ଆସନ୍ତା ୨୦୧୯ ନିର୍ବାଚନରେ ସମସ୍ତେ ମିଳିମିଶି କାମ କରିବାକୁ ସହମତି ପ୍ରକାଶ କରିଥଲେ ବୋଲି ଜଣାପଡିଛି।

Leave A Reply