ଓଡ଼ିଶାରେ ‘ଶତାବ୍ଦୀର ସମାରୋହ’

0

ଭୁବନେଶ୍ୱର: ଶିରିଡ଼ି ସାଇବାବାଙ୍କ ମହାସମାଧିର ଶତବାର୍ଷିକୀ ପାଳନ ଅବସରରେ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ୍‍ ଆନୁକୂଲ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶତାବ୍ଦୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଆସନ୍ତା ୨୬ ତାରିଖରେ ଓଡ଼ିଶାରେ ଭବ୍ୟ କାର୍ଯ୍ୟକ୍ରମ ‘ଶତାବ୍ଦୀର ସମାରୋହ’ ଅନୁଷ୍ଠିତ ହେଉଛି। କଟକ-ବାଙ୍କି ରାସ୍ତା ରାମଦାସପୁରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ଆବାସିକ ସ୍କୁଲ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଯୋଗ ଦେଉଛନ୍ତି। ପ୍ରଥମ ଅଧିବେଶନରେ ବିଭିନ୍ନ ପ୍ରାନ୍ତରେ ଗଢ଼ିଉଠିଥିବା ସାଇମନ୍ଦିର ଟ୍ରଷ୍ଟିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏହି ସମାରୋହକୁ ଉଦ୍‍ଘାଟନ କରିବେ। ସନ୍ଧ୍ୟାରେ ଭୁବନେଶ୍ୱର ସ୍ୱସ୍ତି ପ୍ଲାଜାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁମ୍ବଇର ପ୍ରସିଦ୍ଧ ଗାୟକ କ୍ରିଷ୍ଣା ବେଉରା ଓ ଅନ୍ତରା ଚକ୍ରବର୍ତ୍ତୀ ବାବାଙ୍କ ଉପରେ ଭଜନ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ଶାଶ୍ୱତ ଯୋଶୀ ଓ ପ୍ରିନ୍‍ସ ଡ୍ୟାନ୍ସ ଗ୍ରୁପ ବାବାଙ୍କ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସାଇ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଏବଂ ଶିରିଡ଼ି ସାଇ ସର୍ଭାଣ୍ଟ୍‍ସ ସୋସାଇଟିର ମିଳିତ ସହଯୋଗରେ ଶତାବ୍ଦୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Leave A Reply