ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମହଙ୍ଗା ସ୍ଥାନ ତାଲିକାରେ ଦିଲ୍ଲୀର କନୋଟ ପ୍ଲେସ୍‍ ଚତୁର୍ଥ

ନୂଆଦିଲ୍ଲୀ : ଦିଲ୍ଲୀର ‘ଦିଲ’ କୁହାଯାଉଥିବା କନୋଟ ପ୍ଲେସ୍‍ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ଚତୁର୍ଥ ମହଙ୍ଗା ବା ବ୍ୟୟବହୁଳ କାର୍ଯ୍ୟାଳୟ ସ୍ଥଳ ଭାବେ ପରିଗଣିତ ହୋଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ତ୍ରୈମାସରେ କନୋଟ ପ୍ଲେସ୍‍ରେ ଭଡ଼ା ୧.୪% ବୃଦ୍ଧି ପାଇଛି।
ଇଷ୍ଟେଟ୍‍ ଏଜେନ୍ସି ନାଇଟ ଫ୍ରାଙ୍କ ସୂଚନା ଅନୁସାରେ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚର ୩ ମହଙ୍ଗା କାର୍ଯ୍ୟାଳୟ ସ୍ଥଳରେ ଯଥାକ୍ରମେ ହଂକଂ, ଟୋକିଓ ଏବଂ ସିଙ୍ଗାପୁର ଅଛନ୍ତି। ଚତୁର୍ଥ ସ୍ଥାନରେ ଦିଲ୍ଲୀର କନୋଟ ପ୍ଲେସ୍‍ ରହିଛି। ଏହା ପଛକୁ ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ଲେକ୍ସ (ବିକେସି) ଏହି ତାଲିକାରେ ସପ୍ତନ ନମ୍ବର ସ୍ଥାନରେ ରହିଛି। ନାଇଟ ଫ୍ରାଙ୍କ ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ବିଜନେସ୍‍ ଡିଷ୍ଟ୍ରିକ୍ଟ (ସିବିଡି)ରେ କାର୍ଯ୍ୟାଳୟ ଭଡ଼ା ୧୭% ବୃଦ୍ଧି ପାଇଛି। ଏଠାରେ ପ୍ରତି ବର୍ଗଫୁଟ୍‍ ପାଇଁ ମାସିକିଆ ଭଡ଼ା ୧୨୫ ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଏହି ଅବଧି ମଧ୍ୟରେ ପ୍ରତି ବର୍ଗଫୁଟ୍‍ ପାଇଁ ମାସିକିଆ ଭଡ଼ା ୧୦୭ ଟଙ୍କା ଥିଲା।
ମୁମ୍ବଇ ବିକେସିର ମାସିକିଆ ଭଡ଼ା ୫% ବୃଦ୍ଧି ପାଇ ପ୍ରତି ବର୍ଗଫୁଟ୍‍ ୩୦୦ ଟଙ୍କାରେ ପହଞ୍ଚିଛି। ୨୦୧୮ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ବିକେସିରେ ପ୍ରତି ବର୍ଗଫୁଟ୍‍ ପାଇଁ ମାସିକିଆ ଭଡ଼ା ୨୮୬ ଟଙ୍କା ଥିଲା।

Comments are closed.