ଏସିଆନ୍ ଫୁଟଭଲି ଚମ୍ପିଆନସିପରେ ବ୍ରହ୍ମପୁରର କ୍ରୀଡାବିତ୍

0

ବ୍ରହ୍ମପୁର: ଏସିଆନ୍ ଫୁଟଭଲି ଫେଡେରେସନ୍ ପକ୍ଷରୁ ଥାଇଲାଣ୍ଡ ବ୍ୟାଙ୍କକଠାରେ ପଂଚମ ଏସିଆନ୍ ଫୁଟଭଲି ଚମ୍ପିଆନସିପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ଟି ଦେଶର ୨୪ ଦଳ ଅଂଶଗ୍ରହଣ କରିଥିଲେ । ୪ ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ଏହି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଚମ୍ପିଆନସିପରେ ରେଫରି ହିସାବରେ ଗଂଜାମ ଜିଲ୍ଲା ବ୍ରହ୍ମପୁର ସହରର ସୁଜିତ କୁମାର ପାତ୍ର ଯୋଗଦାନ କରିଥିଲେ । ରେଫରି ରୂପେ ଭାରତକୁ ପ୍ରତିନିଧିତ୍ୱ କରିଥିବାରୁ ବିଭିନ୍ନ ସଂଗଠନ ଓ ଖେଳପ୍ରେମୀ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply