ଏସିଆନ୍ କ୍ରୀଡା ପ୍ରତିଯୋଗିତାରେ ଗଞ୍ଜାମର କ୍ରିଡାବିତ୍

0

ବ୍ରହ୍ମପୁର: ଇଣ୍ଡୋନେସିଆର ଜାକର୍ତା ଠାରେ ଆସନ୍ତା ଅକ୍ଟୋବର  ୧ରୁ ୧୪ତାରିଖ ପର୍ୟ୍ୟନ୍ତ ପାରା ଏସିଆନ୍ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁର  ଗିଲଟିପେଟା ସାହିର ଆନ୍ତର୍ଜାତିକ ଖେଳାଳୀ ଭି.ରମେଶ ରାଓ   ଭାରତ ନିମନ୍ତେ ହ୍ୱିଲ୍ ଚେୟାର ଫ୍ୟାନସିଂ ବିଭାଗର ପ୍ରତିନିଧିତ୍ୱ କରିବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଏନେଇ ପାରା ଅଲମ୍ପିକ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ଗତ ୨୧.୦୮.୨୦୧୮ ତାରିଖରେ ଭି.ରମେଶ ରାଓଙ୍କ ନିକଟକୁ ଏକ  ଚିଠି ଆସିଛି । ଏସୀୟା କ୍ରୀଡା ପ୍ରତିଯୋଗିତାରେ ଛତ୍ରପୁରର ଭି.ରମେଶ ସ୍ଥାନ ପାଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଛି  ଏବଂ ଏହି ପ୍ରତିଯୋଗିତା ଟାଇଟଲ୍ ହାସଲ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା  ସେ ମଧ୍ୟ କହିଛନ୍ତି ।  ଏହି ପ୍ରତିଯୋଗିତା ନିମନ୍ତେ ପାରା ଦୈାଡକୁଦ , ବ୍ୟାଡମିଂଟନ ଓ ଫ୍ୟାନ୍ସିଂ ମୋଟ ଓଡିଶାର ୪ଜଣ ଖେଳାଳୀ ପ୍ରତିନିଧୀତ୍ୱ କରିବେ ।  ଗତ ଜୁଲାଇରେ ମଣିପୁର ଇମ୍ପାଲଠାରେ ଆୟୋଜିତ ହୋଇଥିବା ଜାତୀୟ ହ୍ୱିଲ୍ଚେୟାର ଫ୍ୟାନ୍ସିଂ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଭି.ରମେଶ ରାଓ  ପାରା ଏସିଆନ୍  କ୍ରୀଡା ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଥିଲେ ।  ଇପି ଓ ପଏଲ ବିଭାଗରେ ଭାରତ ପାଇଁ ପ୍ରତିନିଧୀତ୍ୱ କରିବେ । ରମେଶ ହ୍ୱିଲ୍ ଚେୟାର ଅସି ଚାଳନାରେ ୨୦୧୧ ମସିହାରୁ ପ୍ରତିବର୍ଷ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁ ପଦକ ହାସଲ କରିଛନ୍ତି । ସେହିପରି ଏକାଧିକ ବାର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ଆସିଛନ୍ତି । ଗତ ଜୁଲାଇରେ ପୋଲାଣ୍ଡରେ ଅନୁଷ୍ଠିତ ହୋଇଥିବା  ହ୍ୱିଲ୍ ଚେୟାର ଫ୍ୟାନ୍ସିଂ   ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରି ପ୍ରି- କ୍ୱାର୍ଟର ଫାଇନାଲ ପର୍ୟ୍ୟନ୍ତ ଉତମ ପ୍ରଦର୍ଶନ କରିଥିଲେ । ଭି.ରମେଶ ହ୍ୱିଲ୍ ଚେୟାର ଫ୍ୟାନ୍ସିଂ  ପ୍ରତିଯୋଗୀତରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ପାରା ଏସିଆନ୍ କ୍ରୀଡା ପ୍ରତିଯୋଗିତ ନିମନ୍ତେ ଯୋଗ୍ୟତା ହାସଲ କରିଥିବାରୁ ଛତ୍ରପୁର  ସହରବାସୀ, ପରିବାରବର୍ଗ ଏବଂ ସାଙ୍ଗସାଥୀମାନଙ୍କ ମଧ୍ୟରେ  ଖୁସିର ଲହରୀ ଖେଳଯାଇଛି  । ସମସ୍ତଙ୍କ ବିଶ୍ୱାସ ଏଥର ରମେଶ ନିଶ୍ଚିତ ଏସିଆ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ  କରିବେ ବୋଲି ଆଶା

ପ୍ରକାଶଥାଉକି ପୂର୍ବରୁ ଚଳିତବର୍ଷ ମାର୍ଚ୍ଚରେ  ମଣିପୁର ଠାରେ ଅନୁଷ୍ଠିତ ୧୧ତମ ଜାତୀୟ ହ୍ୱିଲ୍ ଚେୟାର ଫ୍ୟାନସିଂ ପ୍ରତିଯୋଗିତାରେ ସେ ସଫଳତା  ହାସଲ କରିଥିଲେ । ଦଳଗତ ଭାବେ  ୨ଟି ସ୍ୱର୍ଣ୍ଣ ପଦକ ସହ ଫଏଲ୍ର ଏକକ ବର୍ଗରେ ରୈାପ୍ୟ ଓ ଇପିରେ କାଂସ୍ୟ ପଦକ ହାସଲ କରିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ସେ  ନିଜ ପ୍ରତିଭା ବଳରେ ରମେଶ ଆଗକୁ ବଢି ଚାଲିଛନ୍ତି । ଛୋଟ ବେଳୁ କ୍ରୀଡା ପ୍ରତି ଆଗ୍ରହ ରହିଥିବା ରମେଶ ଭଲିବଲ୍ ଖେଳାଳୀ ଭାବେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ୨୦୧୦ ମସିହାରେ ଆମେରିକାରେ ଅନୁଷ୍ଠିତ ଦିବ୍ୟାଙ୍ଗ ଭଲିବଲ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଦଳରେ ଉପ ଅଧନାୟକ ଦାୟିତ୍ୱ ତୁଲାଇଥିଲେ । ୨୦୧୧ ମସିହାରେ ଜାତୀୟ ହ୍ୱିଲ୍ ଚେୟାର ଫ୍ୟାନସିଂରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପରଠାରୁ ସେ ପଛକୁ ଫେରିନାହାନ୍ତି । ୪ଥର ବିଶ୍ୱକପ୍, ଥରେଏସିଆନ୍ ଓ ୨ଥର ବିଶ୍ୱ ଚମ୍ପିୟାନସିପ୍ ମଧ୍ୟ ଖେଳି ସାରଛନ୍ତିି । ଏଥର ବିଦେଶୀ ପ୍ରଶିକ୍ଷକ ବଲଦୀପ ସିଂ ସହତାଙ୍କ ତତ୍ୱାବଧାନରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଚଳିତ ମାସ ୨୯ତାରିଖ ଠାରୁ ବଙ୍ଗଲୋର କ୍ରାନ୍ତିବୀର୍ ଷ୍ଟାଡିୟମ ପରିସରରେ ଏସିଆ କ୍ରୀଡା ପ୍ରତିଯୋଗିତା ନିମନ୍ତେ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି ଭି.ରମେଶ ରାଓ ଗଣମାଧ୍ୟମକୂ ସୂଚନା ଦେଇଛନ୍ତି ।

Leave A Reply