ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ

0

ପିପିଲି: ସାତଶଙ୍ଖ ଠାରେ ଥିବା ଏକ ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ସାତଶଙ୍ଖ-ବଳଙ୍ଗା ରାସ୍ତାର ବଜାର ଉପରେ ଥିବା ଏହି ଏସବିଆଇ ଏଟିଏମର ଲୁହା ସଟର ଓ ମେସିନକୁ ଦୁବୁର୍ତ୍ତମାନେ ଭାଙ୍ଗି ଦେଇଛନ୍ତି। ସୋମବାର ବିଳମ୍ବିତ ରାତିରେ କଟର ଦ୍ୱାରା ମେସିନକୁ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିଲା। ଖବର ପାଇ ପିପିଲି ପୁଲିସ ମଙ୍ଗଳବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଲୁଟ ସମ୍ପର୍କରେ ଏସବିଆଇ କର୍ତ୍ତୃପକ୍ଷଙ୍କୁ ପୁଲିସ ସୂଚନା ଦେଇଛି। କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ପରେ ଟଙ୍କା ଲୁଟ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Leave A Reply